ଭୁବନେଶ୍ବରର କିଟ୍ ପରିସରରେ ଆୟୋଜିତ ପ୍ରଥମ ଜନଜାତୀୟ ଖେଳ ମହୋତ୍ସବର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଥିଲେ. ଏହି ପ୍ରତିଯୋଗିତାରେ ସମଗ୍ର ଭାରତବର୍ଷରୁ ୧୨ ଟି ବିଭାଗରେ ୫୦୦୦ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ. ଏହି ପ୍ରତିଯୋଗିତା କେନ୍ଦ୍ର ସରକାର, ଓଡିଶା ସରକାର, କିଟ୍ ଓ କିସ୍ ର ମିଳିତ ସହଯୋଗରେ ସଫଳତାର ସହ ଆୟୋଜିତ ହୋଇଥିଲା. ଅନ୍ୟ ମାନଙ୍କ ମଧ୍ୟରେ ମାନ୍ୟବର ମନ୍ତ୍ରୀ ସୁଦାମ ମାରାଣ୍ଡି, ଜଗନ୍ନାଥ ସାରକା, କେନ୍ଦ୍ର ସଂସ୍କୃତି ବିଭାଗର ଯୁଗ୍ମ ସଚିବ ସଂଯୁକ୍ତା ମୁଦଗଲ, ରଗବୀ ଇଣ୍ଡିଆ ସଭାପତି ରାହୁଲ ବୋଷ, କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ ଅଚ୍ୟୁତ ସାମନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ. ପ୍ରଥମଥର ଲାଗି ଅନୁଷ୍ଠିତ ଏଭଳି ଏକ ପ୍ରତିଯୋଗିତା ରେ ଓଡିଶା ଉଭୟ ପୁରୁଷ ଓ ମହିଳା ବିଭାଗରେ ଚାମ୍ପିଅନ ହୋଇଥିଲା. କର୍ଣାଟକ ଉଭୟ ବିଭାଗରେ ରନର୍ସଅପ୍ ହୋଇ ଥିବା ବେଳେ ଝାରଖଣ୍ଡ ତୃତୀୟ ସ୍ଥାନ ଅଧିକାର କରିଛି.