ଖୋର୍ଦ୍ଧା ଜିଲ୍ଲା ଅଧୀନ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉମାଦେଇ ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ଯଶୁଆପୁର ଠାରେ ଥିବା ସରକାରୀ ପୋଖରି ଚିତ୍ରା ପୋଖରି ଉନ୍ନତି କରଣ ସରକାରଙ୍କ ଅମୃତ ସରୋବର ଯୋଜନା ରେ କାର୍ଯ୍ୟ ଚାଲୁ ରହିଛି. ଏହି ପୋଖରି ଦେଖିବା ପାଇଁ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ପରିଦର୍ଶନ କରିବା ସହିତ ଉନ୍ନତିକରଣ କାର୍ଯ୍ୟର ଭୂୟଂସୀ ପ୍ରଶଂସା କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ବାଲିଅନ୍ତା ବ୍ଲକର ସହକାରୀ ଯନ୍ତ୍ରୀ ନିରଞ୍ଜନ ବିଶ୍ଵାଳ, ଜୁନିୟର ଯନ୍ତ୍ରୀ, ସରପଞ୍ଚ ରମାଲତା ନାୟକ, ସମିତି ସଭ୍ୟ ରଞ୍ଜନ କୁମାର ମହପାତ୍ର, GRS ଚୈତନ୍ୟ ସାହୁ, ବରିଷ୍ଠ ନାଗରିକ ହରେକୃଷ୍ଣ ମହାରଣା, ଉମାକାନ୍ତ ମହାପାତ୍ର, ପ୍ରମୋଦ ଭୋଇ, ଅଜୟ କୁମାର ସ୍ଵାଇଁ ଓ ଗଣେଶ୍ୱର ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ.