ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ ଉତ୍ସବ

ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବଣ୍ଟନ ଉତ୍ସବ

ଶାନ୍ତିସ୍ତୁପ ବ୍ୟୁରୋ: ନିର୍ଭିକ ଖବର ଏବଂ ଓଡ଼ିଶା ଅଗ୍ରଣୀ ସାମାଜିକ ଅନୁଷ୍ଠାନ କାଞ୍ଚନ ଫାଉଣ୍ଡେସନର‌ ମିଳିତ ଆନୁକୁଲ୍ୟରେ ବାଳକାଟି ନିକଟସ୍ଥ ସିଙ୍ଗିରି ଶାସନ ସ୍ଥିତ ଔର ଆଦିତ୍ୟ ବିଦ୍ୟାମନ୍ଦିରରେ ଉତ୍କଳ ଦିବସ ଅବସରରେ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା କାର୍ଯ୍ୟକ୍ରମର ପୁରସ୍କାର ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନାଲକୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ମାନବ ସମ୍ବଳ ଓ ପ୍ରଶାସନ)ଆଶୁତୋଷ ରଥ ଯୋଗଦେଇଥିବା ବେଳେ , ମୁଖ୍ୟବକ୍ତା ଭାବେ ରାଜ୍ୟ ପୁସ୍ତକ ମେଳାର ସଂପାଦକ ବିଦୁଭୂଷଣ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ୍ ଲକ୍ଷ୍ମୀଧର ପ୍ରଧାନ, ବିଦ୍ୟାମନ୍ଦିରର ଅଧ୍ୟକ୍ଷା ରେଣୁକା ସେଠୀ, ପ୍ରକୃତି ବନ୍ଧୁ ଦିନବନ୍ଧୁ ଭୋଇ , କାଞ୍ଚନ ଫାଉଣ୍ଡେସନର ସଭାପତି ରଞ୍ଜନ କୁମାର ମହାପାତ୍ର, ନିର୍ଭିକ ଖବରର ସମ୍ପାଦକ ଆଶୁତୋଷ ଚୌଧୁରୀ,ସବିତା ମହାପାତ୍ର,ପ୍ରିନ୍ସିପାଲ ସୁବାଷ ଚନ୍ଦ୍ର ମୁଦୁଲି,ପାଣିକଟା ଉଚ୍ଚ ବିଦ୍ୟାଳୟର ସଭାପତି ଜନ୍ମେଜୟ ସ୍ବାଇଁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରରେ ବହୁମୁଖି ପ୍ରତିଭାର ବିକାଶ ସହ ଓଡ଼ିଶାର ଭାଷା, ଐତିହ୍ୟ, ସଂସ୍କୃତି ଆଦି କ୍ଷେତ୍ରରେ ସେମାନଙ୍କ ସହଭାଗିତାରେ କେତେ ଜରୁରୀ ସେହି ବିଷୟରେ ଆଲୋକପାତ କରିଥିଲେ। ଉତ୍କଳ ଦିବସରେ ସଂଗୀତ, ନୃତ୍ୟ, ବକୃତା, ଚିତ୍ରାଙ୍କନ ଓ କୁଇଜ୍‌‌ ପ୍ରତିଯୋଗିତାରେ ବିଦ୍ୟାଳୟର ୧୧୫ଜଣ ପ୍ରତିଯୋଗୀ ଭାଗନେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀଙ୍କୁ ଆଜି ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀ ମାନେ ସ୍ବାଗତ ସଂଗୀତ ଗାଇବା ସହ ଓଡ଼ିଶୀ ନୃତ୍ୟ ପ୍ରଦର୍ଶିନ ଅତିଥି ମାନଙ୍କୁ ବିଶେଷ ପ୍ରଭାବିତ କରିଥିଲା । ଏହି କାର୍ଯ୍ୟକ୍ରମକୁ ନିର୍ଭିକ ଖବରର ସହ ସମ୍ପାଦକ ପ୍ରଳୟ କୁମାର ଦାସ ପରିଚାଳନା କରିଥିବା ବେଳେ ଦୀପକ ସ୍ବାଇଁ, ଗୋପାଳ ବେହେରା ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *