ପବିତ୍ର ମକର ସଂକ୍ରାନ୍ତି ହେଉଛି ପ୍ରତି ଓଡ଼ିଆଙ୍କ ପାଇଁ ଏକ ଅନନ୍ୟ ପର୍ବ। ବିଶ୍ୱାସ ରହିଛି ଏହିଦିନ ଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଆରମ୍ଭ ହୁଏ ଏବଂ ଗୋଟିଏ ରାଶିରୁ ସେ ଅନ୍ୟ ରାଶିକୁ ଚଳନ କରନ୍ତି। ଏଣୁ ସଭିଏଁ ଏହି ପ୍ରଥମ ଦିନରେ ଦାନ ପୁଣ୍ୟ ସହିତ ଦେବ ଦର୍ଶନ କରି ପୁଣ୍ୟ ଲାଭ କରନ୍ତି । ଏହି ଅବସରରେ ପୁରୀ ସ୍ଥିତ ଶ୍ରୀ ମନ୍ଦିରରେ ଭକ୍ତ ମାନଙ୍କର ବିପୁଳ ଜନ ସମାଗମ ଦେଖିବାକୁ ମିଳିଥିଲା। ସୂଚନା ଯୋଗ୍ୟ ବିଶିଷ୍ଟ ଯୁବ ସମାଜସେବୀ ସ୍ବର୍ଗତ ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ଦ୍ଵାରା ପ୍ରତିଷ୍ଠିତ ପିପୁଲ ଫର ସେବା ଅନୁଷ୍ଠାନର ବୃଦ୍ଧାଶ୍ରମରେ ରହୁଥିବା ପାଖାପାଖି କୋଡ଼ିଏ ଜଣ ବୃଦ୍ଧ ଓ ବୃଦ୍ଧା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ମାନବ ପ୍ରେମୀ ଆଦିତ୍ୟ ଦାଶ ଙ୍କ ମା ପଦ୍ମାଳୟା ଦାଶ, ନନ୍ଦ କିଶୋର ଦାଶ ପୁରୀଠାରେ ପହଞ୍ଚିଥିଲେ। ହେଲେ ଅସମ୍ଭବ ଜନଗହଳି ହେତୁ ସେମାନେ ମନ୍ଦିର ଭିତରେ ପ୍ରବେଶ କରିବା କାଠିକର ପାଠ ହୋଇଥିଲା। ସୌଭାଗ୍ୟବଶତଃ ପୁରୀଠାରେ ଅବସ୍ଥାପିତ ଅଗ୍ରଣୀ ସମାଜସେବୀ ସଂଗଠନ ଉର୍ଜାବାନ ଓଡ଼ିଶା ପରିବାରର ସମ୍ପାଦିକା ସମେତ କର୍ମକର୍ତ୍ତାମାନେ ସେହି ବୃଦ୍ଧମାନଙ୍କୁ ସୁଚାରୁ ରୂପେ ମନ୍ଦିର ଭିତରେ ପ୍ରବେଶ କରାଇ ଦିଅଁ ଦର୍ଶନ କରାଇ ନିର୍ବିଘ୍ନରେ ମନ୍ଦିର ବାହାରକୁ ଆଣିବାର ବ୍ୟବସ୍ଥା କରିଥିଲେ। ଠାକୁରଙ୍କୁ ସହଜରେ ଦର୍ଶନ କରି ପାରିଥିବାରୁ ଆଶ୍ରମର ସମସ୍ତ ଅନ୍ତେବାସୀଙ୍କ ମନରେ ବିପୁଳ ଖୁସିର ଲହରୀ ଖେଳି ଯାଇଥିଲା। ଅନୁଷ୍ଠାନର ଏଭଳି ପଦକ୍ଷେପ ପାଇଁ ବୁଦ୍ଧିଜୀବୀ ମାନେ ସାଧୁବାଦ ଜଣାଇଛନ୍ତି। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ସମ୍ପାଦିକା ସୁଶ୍ରୀ ନିହାରିକା ତ୍ରିପାଠୀ, ସଭାପତି ସନ୍ତୋଷ ସେନାପତି, ପୁରୀ ସଦର ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନିତ୍ ଅଗ୍ରୱାଲ ସାର୍, ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସୁନିଲ କୁମାର ପ୍ରଧାନ ସାର୍ ତଥା ସିଂହଦ୍ଵାର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ଶ୍ୱେତପଦ୍ମା ମାଡ଼ାମ୍ ଙ୍କୁ ପୋଲିସ ପକ୍ଷରୁ ମିଳିଥିବା ସହଯୋଗ ପାଇଁ ବିନମ୍ର ଧନ୍ୟବାଦ ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।