ଜୟଦେବ ରେ ଫସଲ କ୍ଷୟକ୍ଷତି ର ସମୀକ୍ଷା କଲେ ସମବାୟ ମନ୍ତ୍ରୀ

ବାଲିପାଟଣା: ଆଜି ସମବାୟ ମନ୍ତ୍ରୀ ପ୍ରଦୀପବଳ ସାମନ୍ତ ଜୟଦେବ ନିର୍ବାଚନ ମଣ୍ଡଳୀ ର ବୋଧଖଣ୍ଡି, ବାରିଜଙ୍ଗ, ପୁରୋହିତପୁର,ପମ୍ପାଲୋ ପ୍ରମୁଖ ପଞ୍ଚାୟତ ପରିଦର୍ଶନ କରି କ୍ଷତିଗ୍ରସ୍ତ ଫସଲ ର ଅନୁଧ୍ୟାନ କରିଥିଲେ। ତାଙ୍କ ସହିତ ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣା, ଉଭୟ ବାଲିଅନ୍ତା ଓ ବାଲିପାଟଣା ବ୍ଲକର ତହସିଲଦାର,ସମବାୟ ସମିତି କର୍ମକର୍ତ୍ତା, କୃଷି ଅଧିକାରୀ ଓ ବିଜେପି କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ। ବାଲିଅନ୍ତା ଓ ବାଲିପାଟଣା ବ୍ଲକ୍ ପରିଦର୍ଶନ କରି ସିଧା ସଳଖ ସ୍ଥାନୀୟ ଚାଷୀଙ୍କ ସହିତ ଆଲୋଚନା କରିଥିଲେ। ଖୁବ୍ ଶୀଘ୍ର କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ସିଧାସଳଖ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଖାତାକୁ ଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ଗ୍ରାମସେବକ ଓ ରାଜସ୍ବ ନିରୀକ୍ଷକ ସିଧା ଚାଷୀଙ୍କ ନିକଟକୁ ଯାଇ ଖୟକ୍ଷତି ର ପ୍ରମାଣ ଆଣିବାକୁ ଜିଲ୍ଲାପାଳ କହିଛନ୍ତି। ଏବେ ଦେଖିବାକୁ ବାକି ରହିଲା କେବେ ଚାଷୀ ତା’ର ବ୍ୟାପକ ଫସଲ ହାନିର ସହାୟତା ପାଉଛି।

Leave a Reply

Your email address will not be published. Required fields are marked *