ରାଜ୍ୟ ସ୍ତରୀୟ ଯୁବ ଉତ୍ସବ ଏବଂ ସପ୍ତମ ଗୀତାଞ୍ଜଳି ଏକ୍ଲେଲେନ୍ସି ଆୱାର୍ଡ଼-୨୦୨୪
ଉଲ୍ଲେଖନୀୟ ଅବଦାନ ପାଇଁ ୧୫ଜଣ ପ୍ରତିଭାଙ୍କୁ
ସମ୍ବଦ୍ଧିତ।
ଭୁବନେଶ୍ୱର:୨୪/୧୨ : ଭୁବନେଶ୍ଵରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଭୁବନେଶ୍ଵରସ୍ଥିତ ହୋଟେଲ ପ୍ରେସିଡେନ୍ସିଠାରେ ରାଜ୍ୟସ୍ତରୀୟ ଯୁବ ଉତ୍ସବ ଓ ସପ୍ତମ ଗୀତାଞ୍ଜଳି ଏକ୍ସଲେନ୍ତି ଆୱାର୍ଡ – ୨୦୨୪ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବର୍ଷାଟ୍ୟ ଉତ୍ସବରେ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହ ନିଜ ବକ୍ତବ୍ୟରେ କହିଥିଲେ ଯେ , ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଯେଉଁଭଳି ଭାବରେ ପ୍ରତିଭାଧାରୀମାନଙ୍କୁ ସମ୍ବଦ୍ଧିତ କରିଆସୁଛି , ଏହା ଦ୍ଵାରା ସମାଜରେ ଅନେକ ନୂତନ ପ୍ରତିଭା ଜନ୍ମ ନେଇ ସମାଜ ପାଇଁ କାର୍ଯ୍ୟ କରିବା ପାଇଁ ପ୍ରେରଣା ପାଇବେ ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟବକ୍ତା ଭାବେ ଏକାମ୍ର ବିଧାୟକ ବାବୁ ସିଂ ଯୋଗଦେଇ ଅନୁଷ୍ଠାନର ଏଭଳି ପ୍ରୟାସକୁ ସାଧୁବାଦ ଜଣାଇବା ସହ
ପ୍ରତିଭାଧାରୀମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲୀ , ବରିଷ୍ଠ ବିଜେପି ନେତା ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ , ଦୂରଦର୍ଶୀର ସମ୍ପାଦକ ଦୁର୍ଗାପ୍ରସାଦ ସାମନ୍ତରାୟ , ଯୁବ ସମାଜସେବୀ ତାପସ ରଞ୍ଜନ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ସମାଜରେ ଉଲ୍ଲେଖନୀୟ ଅବଦାନ ପାଇଁ ୧୫ଜଣ ପ୍ରତିଭାଧାରୀ ବ୍ୟକ୍ତିଙ୍କୁ ଗୀତାଞ୍ଜଳି ଏକ୍ସଲେନ୍ସି ଆୱାର୍ଡ – ୨୦୨୪ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅନ୍ୟତମ ସଦସ୍ୟ ଆଶୁତୋଷ ଚୌଧୁରୀ , ପ୍ରଳୟ କୁମାର ଦାସ , ଶ୍ରୀଲିପି କୁମାର ପ୍ରଧାନ , ପ୍ରଜ୍ଞା ମହାନ୍ତି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।