ରବି ରାୟଙ୍କ ୯୮ ତମ ଜନ୍ମ ଜୟନ୍ତୀ ସମାରୋହ।
ବାଲିପାଟଣା:ବରିଷ୍ଠ ସମାଜବାଦୀ ନେତା ତଥା ପ୍ରଥମ ଓଡିଆ ଲୋକସଭା ବାଚସ୍ପତି ରବି ରାୟଙ୍କ ୯୮ତମ ଜନ୍ମ ଜୟନ୍ତୀ ସମାରୋହ ଓ ସମ୍ବର୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରବି ରାୟ ସ୍ମୃତି ସଂସଦ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ମିଳିତ ଉଦ୍ୟମରେ ବାଲିପାଟଣା ସ୍ଥିତ ଦୁର୍ଗା ମାଧବ ମଣ୍ଡପରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଇଷ୍ଟର୍ଣ୍ଣ ମିଡ଼ିଆ ଲିମିଟେଡର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ଦାସ ବେନହୁର , ସମ୍ମାନିତ ଅତିଥି ଭାବେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ , ଓଡ଼ିଶା କ୍ରାନ୍ତି ସଂଗଠନର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଭାତ ଦାସ ପ୍ରମୁଖ ଯୋଗଦେଇ ରବି ରାୟଙ୍କ ରାଜନୈତିକ ଓ ସାରସ୍ଵତ ଜୀବନ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଅନେକ ବହୁମୁଖି ପ୍ରତିଭା ମାନଙ୍କୁ ସମ୍ବୋଧିତ କରାଯାଇଥିଲା। ରବି ରାୟ ସ୍ମୃତି ସଂସଦର ସଭାପତି ଅଭିମନ୍ୟୁ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ , ସଂପାଦକ ଭଗବାନ ସାହୁ ବିବରଣୀ ପାଠ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତନୟା ଦାସ ଗୋସ୍ବାମୀ, ପୂର୍ବତନ ବିଧାୟକ ଅରବିନ୍ଦ ଢ଼ାଲି, ସଂଳାପକାର ଡଃ ରଜନୀ ରଂଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଡଃ ଗୀତାଶ୍ରୀ ପ୍ରିୟମ୍ବଦା ମଞ୍ଚ ପରିଚାଳନା କରିଥିବା ବେଳେ ବିପିନ ମହାନ୍ତି ସହଯୋଗ କରିଥିଲେ।ସଭା ଶେଷରେ ସାମ୍ବାଦିକ ସୁରେଶ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।