ଇତିହାସର ପୃଷ୍ଠାକୁ ପୁନଃଜୀବିତ କରିବା ଏକାମ୍ରକ୍ଷେତ୍ର ବାଲିଯାତ୍ରା ମହୋତ୍ସବର ମୂଳ ଲକ୍ଷ୍ୟ

ଏକାମ୍ର ବାଲିଯାତ୍ରା ର ୭ମ ଶୀତୁଆ ସନ୍ଧ୍ୟରେ ହ୍ୟୁମାନ ସାଗର ଓ ସିଦ୍ଧାନ୍ତ ମହାପାତ୍ର।

ଭୁବନେଶ୍ବର: ବାଙ୍କୁଆଳ ନଦୀ ପଠାରେ ଗତ ୧୫ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ଆସୁଥିବା ଏକାମ୍ର ବାଲିଯାତ୍ରା ୭ମ ଶୀତୁଆ ସାନ୍ଧ୍ୟକୁ କୁନି କୁନି ପିଲା ମାନଙ୍କ ଦ୍ଵାରା ପାଇକ ବିଦ୍ରୋହ ନୃତ୍ୟ ମାଧ୍ୟମ ରେ ବର୍ଣ୍ଣନା ଦର୍ଶକ ବିମୋହିତ। କାହାଣୀ ଓ ଚିତ୍ର ନାଟ୍ୟ ଗୁରୁ ଯୋଗେନ୍ଦ୍ର ସେଠୀ ଙ୍କ ଦ୍ଵାରା ଏହି ନୃତ୍ୟ କୁ ଚଢେଇ ବର ପ୍ରାଥମିକ ବିଦ୍ୟାଳୟ କୁନି ଛାତ୍ର ମାନେ ପରିବେଷଣ କରିଥିଲେ।ଏହି ଅବସରରେ ଯାତ୍ରା,ଓ ସିନେମା ଜଗତର ନିର୍ଦ୍ଦେଶକ ଲାଲ ବିରେନ୍ ରାୟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ପରେ ଓଡ଼ିଆ ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ହ୍ୟୁମାନ ସାଗର ଙ୍କ ” ମା ତୋ ବିନା ମୁଁ ରହି ପାରିବିନି” ” ଚିରିଙ୍ଗ ଚିରିଙ୍ଗ” “ଭିଜେଇ ଯାଆ ଥରେ ପ୍ରିୟ ତୋ ପ୍ରେମ ବର୍ଷାରେ” ଆଦି ଅନେକ ବେଶ୍ ଲୋକପ୍ରିୟ ଗୀତ ଗାଇ ଶୀତୁଆ ସନ୍ଧ୍ୟା ସରଗରମ ହୋଇଥିଲା। ଏନେଇ ବାଙ୍କୁଆଳ, କେଶୁରା,କୋରଡକଣ୍ଟା, ଦୁର୍ଗାପୁରପାଟଣା, ଏବଂ ବାସୁଆଘାଇ ଗ୍ରାମର ଯୁବଗୋଷ୍ଠୀଙ୍କୁ ଏହି ନେଇ ବାଲିଯାତ୍ରା ମହୋତ୍ସବ ଆୟୋଜନ କରାଯାଇଛି।
ବାଲିଯାତ୍ରା ମହୋତ୍ସବର ବିଭିନ୍ନ ଷ୍ଟଲ୍ ଓ ବିଭିନ୍ନ ସ୍ଥାନରେ ୬୪ ଟି (ସିସିଟିଭି) ଲଗା ଯାଇଛି ବୋଲି କମିଟି ତରଫରୁ ସୂଚନା ମିଳିଛି। ରାମ ଦୋଳି, ଡାର୍ଗନ୍ ଦୋଳି, ମିକି ମାଉସୀ , ବ୍ରେକ୍ ଡ୍ୟାନ୍ସ, ବୋଟିଂ, ମନ ହରି ଖେଳନା ଦୋକାନ ସାଙ୍ଗକୁ ବିଭିନ୍ନ ଶୁ ସୁଆଦୁ ଖାଇବା ଷ୍ଟଲ୍, ଗୃହ ଉପକରଣ ସାମଗ୍ରୀ ଆଦି ମିନାବଜାର ରେ ଉପଲବ୍ଧ । ଏହି ବାଲିଯାତ୍ରା ଦେଖିବା ପାଇଁ ଆଖ ପାଖ ଅଞ୍ଚଳ ତଥା ବାହାରୁ ମଧ୍ୟ ଲୋକଙ୍କର ଅସମ୍ଭାଳ ଭିଡ ଦେଖୁବାକୁ ମିଳିଥିଲା। ଭିଡ଼କୁ ଲକ୍ଷ କରି ଅଞ୍ଚଳର ଯୁବ ଗୋଷ୍ଟି ମାନେ ଓ ବରଗଡ଼ ଥାନା ପୁଲିସ ଙ୍କ ମିଳିତ ସହଯୋଗରେ ଟ୍ରାଫିକ ବ୍ୟବସ୍ଥା କୁ ସୁଚାର ରୂପେ ଆୟତ କରିଥିଲେ। ବାଲିଯାତ୍ରା କମିଟିର ସମ୍ପାଦକ କବିରାଜ ସ୍ବାଇଁ, ଓ ସଦସ୍ୟ ପବିତ୍ର ସ୍ୱାଇଁ,ବିଜୟ ପ୍ରଧାନ, ଦିଲ୍ଲୀପ ସାହୁ, ଗଙ୍ଗାଧର ପଣ୍ଡା ବାଲିଯାତ୍ରା କାର୍ଯ୍ୟନିର୍ବାହ କରିଥିବା ସମସ୍ତ ସଦସ୍ୟ ମାନଙ୍କୁ ମଞ୍ଚରେ ସମ୍ମାନୀତ କରିଥିଲେ। ପରେ ମୁଖ୍ୟ ଅତିଥିଭାବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏବଂ ବାଲିଯାତ୍ରା କମିଟିର ସଭାପତି ତଥା ଏକାମ୍ର ବିଧାୟକ ବାବୁ ସିଂ ଯୋଗଦେଇ ସପ୍ତମ ସନ୍ଧ୍ୟାର ଉତ୍ସବକୁ ଶୁଭାରମ୍ଭ କରିଥିଲେ। , ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, କ୍ଷୀରୋଦ ସ୍ବାଇଁ, ସମିତି ସଭ୍ୟ ପ୍ରକାଶ ସ୍ବାଇଁ, ଯୁବ ନେତା କୃଷ୍ଣ ଚନ୍ଦ୍ର ନାୟକ, ସୁରେନ ବରାଳ, ଅଜୟ ସ୍ବାଇଁ, ଅକ୍ଷୟ ଜେନା, ପ୍ରକାଶ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମନସ୍ମିତା ଖୁଣ୍ଟିଆ,ଭୁବନେଶ୍ବର ସଭାପତି ସ୍ୱୟଂ ସେବକ ରାୟ, ସମାଜସେବୀ ପ୍ରକାଶ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଇତିହାସର ପୃଷ୍ଠାକୁ ପୁନଃଜୀବିତ କରିବା ଏକାମ୍ରକ୍ଷେତ୍ର ବାଲିଯାତ୍ରା ମହୋତ୍ସବର ମୂଳ ଲକ୍ଷ୍ୟ ବୋଲି ମତପ୍ରକାଶ ପାଇଥିଲା । ଓଡ଼ିଆ ଚଳଚିତ୍ର ଅଭିନେତା ତଥା ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *