ତନୟା ଦାସ ଗୋସ୍ୱାମୀ ଙ୍କୁ ମିଳିଲା “ପଞ୍ଚସଖା ସମ୍ମାନ”।
ବାଲିପାଟଣା: ଆଜି ଚଳଚଞ୍ଚଳ ଶିଶୁଅନନ୍ତ ପୀଠ ୧୯୭୦ ମସିହା ଛାତ୍ରୀ ଜୀବନରୁ ଶିଶୁ ବଂଶଧରଙ୍କ କନ୍ୟା ହିସାବରେ ପୀଠର ବିକାଶ ପାଇଁ ଅହରହ ଉଦ୍ୟମ ଜାରିରଖିଛନ୍ତି ଶିଶୁ ଅନନ୍ତ ପୀଠର ସମ୍ପାଦିକା ତନୟା ଦାସ ଗୋସ୍ୱାମୀ। କଟକ ଆକାଶବାଣୀ ରେ ଶିଶୁ ଅନନ୍ତ ଙ୍କ ଭଜନ, କାହାଣୀ ପ୍ରଚାର କରିଥିବା ବେଳେ ପୀଠର ବିକାଶ ପାଇଁ ଦୀର୍ଘ ୫୦ବର୍ଷ ରୁ ଉର୍ଦ୍ଧ ହେଲା ଉଦ୍ୟମ ଜାରି ରଖିଛନ୍ତି। ପୀଠକୁ ଜବର ଦଖଲ ମୁକ୍ତ କରାଇ ଏହାକୁ ରାଜ୍ୟର ୩୦୦ତମ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବା ପାଇଁ ତାଙ୍କର ଚେଷ୍ଟା ଅବିସ୍ମରଣୀୟ। “ଶିଶୁ ଅନନ୍ତ ଗାଥା”ରଚନା କରି ଆନ୍ତର୍ଜାତୀୟ ସ୍ତରରେ ଶିଶୁ ଅନନ୍ତଙ୍କୁ ପ୍ରମାଣିତ ଚଳଚ୍ଚିତ୍ର ମାଧ୍ୟମରେ ପରିଚିତ କରାଇ ବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେ ଜଣେ ଦକ୍ଷ ସାଂସ୍କୃତିକ ସଂଗଠକ ସହ ଓଡ଼ିଆ ଶିଶୁ ସାହିତ୍ୟ ୧୯୯୧ ମସିହାରେ ରେ ଜଣେ ପ୍ରତିଷ୍ଠିତ ସାହିତ୍ୟକ। ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ନିଜେ ଭୁବନେଶ୍ଵର ଜୟଦେବ ଭବନରେ ବସି ଶ୍ରୀମତୀ ଗୋସ୍ୱାମୀ ଙ୍କ ନାଟକ ଦେଖିଥିଲେ।ସଂପାଦିକା ତନୟା ଦାସ ଗୋସ୍ଵାମୀ ଜଗତସିଂହପୁର ର ବିରିଡି ସ୍ଥିତ ପଞ୍ଚସଖା ଧାନକୁଦ ମଠ ପରିସରରେ ତଥା ଅଁଳା ନବମୀ ଦିବସରେ ଶ୍ରୀଜଗନ୍ନାଥ ମନ୍ଦିର ର ପ୍ରତିଷ୍ଠାତା ବାବା ପ୍ରେମସାଗର ଅରକ୍ଷିତ ଦାସ ଙ୍କ ଜନ୍ମତିଥିରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବହୁ ସାଧୁ ସନ୍ଥ ଙ୍କ ଉପସ୍ଥିତ ରେ ପଞ୍ଚସଖା ସମ୍ମାନ ରେ ସମ୍ମାନୀତ ହୋଇଛନ୍ତି । ଏହି ସମ୍ମାନ ପାଇବା ପରେ ତାଙ୍କୁ ଶୁଭେଛା ର ସୁଅ ଛୁଟିଛି।