ଜିଲ୍ଲାପାଳ ଙ୍କ ଜନ ଶୁଣାଣୀ ଶିବିର ଅନୁଷ୍ଠି

ଜିଲ୍ଲାପାଳ ଙ୍କ ଜନ ଶୁଣାଣୀ ଶିବିର ଅନୁଷ୍ଠିତ

ବାଲିପାଟଣା: ଦେଉଳିଧରପୂର୍ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଙ୍କ ବ୍ଲକ ସ୍ତରୀୟ ମିଳିତ ଜନଶୁଣାଣୀ ଆୟୋଜିତ ହୋଇଥିଲା।ପ୍ରଥମ ଥର ପାଇଁ ସରକାର ଙ୍କ ନିଷ୍ପତି ଅନୁଯାୟୀ ଏହି କାର୍ଯ୍ୟକ୍ରମ ପଞ୍ଚାୟତ ଅଞ୍ଚଳ ରେ ଆୟୋଜିତ ହୋଇଥିଲା।ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ।ପ୍ରାୟ ୪୮୫ ଗୋଟି ଅଭିଯୋଗ ପତ୍ର ବିଚାର ପାଇଁ ଆସିଥିଲା।ସେଥିମଧ୍ୟରୁ ଆସିଥିବା ଭିନ୍ନକ୍ଷମ ଙ୍କ ମାମଲା ୧୬୫ ଜଣଙ୍କ ମଧ୍ୟରୁ ୭୧ ଜଣଙ୍କୁ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ୪୩୫ ବ୍ୟକ୍ତିଗତ ସମସ୍ୟା ଓ ୪୮ ଗୋଟି ସାମୁହିକ ସମସ୍ୟା ର ସମାଧାନ ପାଇଁ ଜିଲ୍ଲାପାଳ ଶୁଣିବା ପରେ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଦୁଇଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ଓ ରେଡକ୍ରସ ପାଣ୍ଠି ରୁ ଦଶ ହଜାର ଲେଖାଏଁ ପ୍ରଦାନ କରାଯାଇଥିଲା।ବ୍ଲକ ର ବିଭିନ୍ନ ପଞ୍ଚାୟତ ଲୋକ ଆସି ଥିବାରୁ ପ୍ରବଳ ଗହଳି ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଜ୍ୟୋତି ଶଙ୍କର ସାହୁ,ବାଲିପାଟଣା ତହସିଲଦାର କଳ୍ପନା ଦାସ, ବିଡ଼ିଓ ସ୍ମୁତି ପ୍ରଜ୍ଞା ପ୍ରିୟଦର୍ଶିନୀ, ଆଇଆଇସି ସୂଯ୍ୟା°ଶୁ ଶେଖର ପାଢ଼ୀ,ମେଡିକାଲ ଅଫିସର ଶ୍ରୀକାନ୍ତ ବେହେରା,ବ୍ଲକ୍ ଅଧକ୍ଷା ହରପ୍ରିୟା ଦାସ,ସ୍ଥାନୀୟ ସରପଞ୍ଚ ଲକ୍ଷ୍ମୀଧର ଭୋଇ,ସମିତି ସଭ୍ୟା ସୌଭାଗ୍ୟ ଲକ୍ଷ୍ମୀ ଶୁଭଦର୍ଶିନୀ ଓ ବିଭିନ୍ନ ବିଭାଗ ସରକାରୀ ଅଧିକାରୀ ,ଲୋକ ପ୍ରତିନିଧି ଓ ସ୍ବେଛାସେବୀ ମାନେ କାର୍ଯ୍ୟକ୍ରମ ର ସଫଳତାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *