ପଦ୍ମଶ୍ରୀ ବଟକୃଷ୍ମଙ୍କୁ ଭେଟିଲେ ବାଲିଅନ୍ତା ଅଞ୍ଚଳର ସମ୍ବାଦଦାତା
ବାଲିଅନ୍ତା, ୧0|୧୧:କିଡିନ ରୋଗରେ ଆକ୍ରାନ୍ତ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବାଲିଅନ୍ତା ବ୍ଲକ ସରକଣା ପଞ୍ଚାୟତ ସରକଣା ଗ୍ରାମର ବଟକୃଷ୍ଣ ସାହୁଙ୍କୁ ଆଜି ବ୍ଲକର କାର୍ଯ୍ୟରତ ବିଭିନ୍ନ ଖବରକାଗଜର ସମ୍ବାଦଦାତା ମାନେ ସାକ୍ଷାତ କରିବା ସହ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ। ଏଥିସହ ତାଙ୍କ ଆଶୁ ଆରୋଗ୍ୟ ନିମନ୍ତେ କାମନା କରିଥିଲେ। ଏହି ସମୟରେ ସମ୍ବାଦଦାତା ମାନେ ଶ୍ରୀ ସାହୁଙ୍କୁ ଫଳ, ବିସ୍କୁଟ,ହରଲିକ୍ସ, ପାଉଁରୁଟି ଆଦି ଶୁଖିଲା ଖାଦ୍ୟ ଦେଇଥିଲେ। ଏଥିରେ ସମ୍ବାଦଦାତାଙ୍କ ସହ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ବାଲିଅନ୍ତା ବ୍ଲକ ପ୍ରତିନିଧି ପ୍ରଦୀପ୍ତ କୁମାର ମହାନ୍ତି, ବରିଷ୍ଠ ସାମ୍ବାଦିକ କିଶୋର ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରକାଶଥାଉକି ଶ୍ରୀ ସାହୁ ୧୯୭୬ ରେ ରାଜ୍ୟ ସଚିବାଳୟରେ ନିଯୁକ୍ତି ପାଇଥିବା ବେଳେ ୨0୧0ରେ ଚାକିରୀରୁ ଅବସର ନେଇଥିଲେ। ଚାକିରୀରେ ଥାଇ ମଧ୍ୟ ମାଛ ଚାଷ ଓ ଜାଆଁଳ ଉତ୍ପାଦନରେ ତାଙ୍କର ଥିଲା ଦୁର୍ବଳତା। ପରିଶେଷରେ ସେ ଜାଆଁଳ ଉତ୍ପାଦନ କରିବା ସହ ଅତ୍ୟାଧୁନୀକ ଜ୍ଞାନକୌଶଳରେ ଅନ୍ୟଚାଷୀ ମାନଙ୍କୁ ତାଲିମ ମଧ୍ୟ ଦେଉଥିଲେ। ଏଥିପାଇଁ ସମଗ୍ର ରାଜ୍ୟରେ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଥିବା ଶ୍ରୀ ସାହୁ ଗତ ୨0୨0 ରେ ଦେଶର ସମ୍ମାନଜନକ “ପଦ୍ମଶ୍ରୀ” ପୁରସ୍କାର ପାଇଥିଲେ। ଗତ ୪ ମାସ ହେଲା ତାଙ୍କର ୨ ଟି କିଡିନ ନଷ୍ଟ ହୋଇଯାଇଛି। ସେ ଏକ ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିଶ୍ଚିତ ହେଉଛନ୍ତି।