ବିବେକାନନ୍ଦ ମେଧାବୃତ୍ତି ପରୀକ୍ଷା ୨୦୨୪ ଅନୁଷ୍ଠିତ।
ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ,ନୂଆଦିଲ୍ଲୀ ପକ୍ଷରୁ ରାଜ୍ୟସ୍ତରୀୟ ମେଧାବୃତ୍ତି ପରୀକ୍ଷା ୨୦୨୪ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଭଳି ଚଳିତ ଶିକ୍ଷାବର୍ଷ ରେ ରାଜ୍ୟ ର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ଚାରି ହଜାର ରୁ ଅଧିକ ଛାତ୍ର ଛାତ୍ରୀ ଏହି ପରୀକ୍ଷାରେ ଅଂଶ ଗ୍ରହଣ କରିଥିଲେ। ଏହି କ୍ରମରେ ବାଲିପାଟଣା ବ୍ଲକ୍ ଅନ୍ତର୍ଗତ ତୁରିନ୍ତିରା ବିବେକାନନ୍ଦ ଶିକ୍ଷା କେନ୍ଦ୍ର କୁ ସଂସ୍ଥାନ ତରଫରୁ ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଥିଲା । ଏଥିରେ ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ମୋଟ ୩୭୬ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଅବସର ପ୍ରାପ୍ତ ଶିକ୍ଷକ ବିଜୟ କୁମାର ଦାସ ଏବଂ ସୁଧାକର ତ୍ରିପାଠୀ ସୂପରିଟେଣ୍ଡେଟ ରୂପେ ଯୋଗଦେଇଥିବା ବେଳେ ବିଦ୍ୟାଳୟ ର ଆଡଭାଇଜର ଶ୍ରୀଯୁକ୍ତ ଜଗନ୍ନାଥ ମହାନ୍ତି ପରୀକ୍ଷା କେନ୍ଦ୍ର ପରିଚାଳନା କରିଥିଲେ । ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ର ପରି ଏହି କେନ୍ଦ୍ରରେ ଅକ୍ଷୀଳ ଭାରତୀୟ ଶିକ୍ଷା ସଂସ୍ଥାନ ର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ପରୀକ୍ଷା କୁ ନିୟନ୍ତ୍ରଣ କରିଥିଲେ । ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ ଅନୁଷ୍ଠାନ ର ପୁରାତନ ଛାତ୍ର ମାନେ ପରୀକ୍ଷା ପରିଚାଳନା ରେ ସହଯୋଗ କରିଥିଲେ।