ଷଷ୍ଠ ରାଜ୍ଯ ସ୍ଥରିୟ ଶିଶୁ ସାହିତ୍ୟ ଉତ୍ସବ ର ସମାପନି ଦିବସ
ଦୁଇଦିନିଆ ଏହି ଶିଶୁ ସାହିତ୍ୟ କାର୍ଯ୍ୟକ୍ରମ ର ସମାପନି ଦିବସରେ ସୁର୍ଯ ଦେଓଙ୍କ ଦ୍ବାରା ପରିବେଷଣ ହୋଇଥିଲା କାର୍ଯ୍ୟକ୍ରମ, ‘ ପରଦା ଓ ପିଲାଦିନ।’ ଦୁଇ ଘଣ୍ଟିଆ ଏହି ସିନେମା ଭିତ୍ତିକ କାର୍ଯ୍ୟକ୍ରମ ରେ ସିନେମାରେ ପିଲାଙ୍କ ଭୂମିକା ସ୍ପଷ୍ଟ ହେଇଥିଲା। ଅନେକ ଅଜଣା ତଥ୍ଯ ମାନ ପିଲାଙ୍କ ପାଖରେ ପହଞ୍ଚି ପାରିଥିଲା।
‘ ଶିକ୍ଷାରେ ମାତୃଭାଷାର ଗୁରୁତ୍ବ ‘ ଶୀର୍ଷକ ଏକ ଆଲୋଚନାଚକ୍ର ରେ ଧରଣୀଧର ନନ୍ଦ,( ଅତିରିକ୍ତ ସଚିବ, ଉଚ୍ଚ ଶୀକ୍ଷା) ଗୋଲକ ବିହାରୀ ଦାଶ ( ଶିକ୍ଷାବିଦ) ରୁଦ୍ର ପ୍ରସନ୍ନ ରଥ ( ଲେଖକ ଓ ସମାଜ ସେବୀ) ଓ ଅନନ୍ୟା ଅନ୍ବେଷଣା ପ୍ରିୟଦର୍ଶନୀ ତଥା ଶିଶୁ ପ୍ରଶ୍ନ କର୍ତା ଭାବେ
ଯୋଗ ଦେଇଥିଲେ।
ପୁଣି ସାହିତ୍ୟରେ ସମସ୍ୟା କୁ ନେଇ ଶିଶୁ ସାହିତ୍ୟିକମାନଙ୍କ ସହିତ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ରେ କ୍ରିଷ୍ଣମୋହନ ଟାଟା ପିଲାଙ୍କ ସହ ଆଲୋଚନା କରିଥିଲେ।
ଲୋକ- ସଙ୍ଗୀତ କୁ ପିଲାଙ୍କ ପାଖରେ ପରଷି ଦେଇଥିଲେ ବିଶିଷ୍ଟ ସଙ୍ଗିତଜ୍ଞ ବିଭୁକିଶୋର ଓ ସୁସ୍ମିତା ଦାସ୍। ଗୀତଗୋବିନ୍ଦ ସଦନ କରତାଳି ରେ ଫାଟିପଡୁଥାଏ। ପିଲେ ସଙ୍ଗୀତର ତାଳେ ତାଳେ ନାଚି ଉଠିଲେ।
ଉଦଯାପନି ଉତ୍ସବ ରେ ଅତିଥି ମାନେ ଥିଲେ, ବିଶିଷ୍ଟ ଲେଖକ ଓ ସାହିତ୍ୟିକ ଗୌରହରି ଦାସ , ସମ୍ପାଦକ ହରିହର ଶୁକ୍ଳା, କବି ରକ୍ଷକ ନାୟକ।
ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା କିସ୍ ସ୍କୁଲ, ଶ୍ରୀ ଜଗତକୃଷ୍ଣ ଶିଶୁଗୋସ୍ବାମୀ ଏମ୍. ବି.ଏସ୍ ସ୍କୁଲ, ଶ୍ରୀ ଲିଙ୍ଗରାଜ ମିଶ୍ର ଙ୍କୁ ଶିକ୍ଷାଦାନ କ୍ଷେତ୍ର ରେ ସମ୍ମାନିତ କରାଯାଇଥିଲା। ସମସ୍ତ ପ୍ରତିଭାଗୀ ମାନଙ୍କୁ ସାର୍ଟିଫିକେଟ ଦିଆଯାଇଥିଲା।
ଏହି କାର୍ଯକ୍ରମ ସୁନ୍ଦର ଭାବରେ ପ୍ରତିବର୍ଷ ପିଲାଙ୍କ ପାଇଁ ପାଳନ କରାଯାଇଥାଏ ବୋଲି ଅନୁଷ୍ଠାନର ସମ୍ପାଦିକା ଚିନ୍ମୟୀ ପଣ୍ଡା କହିଛନ୍ତି।