ଷଷ୍ଠ ରାଜ୍ୟ ସ୍ଥରୀୟ ଶିଶୁ ସାହିତ୍ୟ ଉତ୍ସବ:୨୦୨୪
ଭୁବନେଶ୍ଵର:୦୯/୧୧ : ସବୁ ବର୍ଷ ଭଳି ଏହି କାର୍ଯକ୍ରମ ଦୁଇଦିନ ପାଇଁ ଆୟୋଜନ କରାଯାଇଛି । ପ୍ରଥମ ଦିନ ପିଲାଙ୍କ ହର୍ଷ- ଉଲ୍ଲାସ ଖୁବ୍ ସ୍ମରଣୀୟ ଥିଲା ।ଦୁଇ ଦିନିଆ ଏହି ଶିଶୁ ସାହିତ୍ୟ କାର୍ଯକ୍ରମ ର ବିଷୟ ରହିଥିଲା , ଓଡିଶା ଓ ତାହାର ଐତିହ୍ୟ ।ଶିଶୁ ମାନଙ୍କ ଭିତରେ ସାହିତ୍ୟ ସଭାର ସନ୍ଧାନ କରି ସେମାନଙ୍କୁ ଭଲ ସାହିତ୍ୟ ପଢିବା ଓ ଲେଖୁବା ପାଇଁ ଉଦ୍ବୁଦ୍ଧ କରିବା ଦ୍ଵାରା ସେମାନେ ଭବିଷ୍ୟତ ରେ ଭଲ ମଣିଷ ହେଇପାରିବେ । ତେଣୁ ପିଲାଙ୍କ ସୃଜନାତ୍ମକ ଶୈଳୀର ବିକାଶ ଦିଗରେ ଅଙ୍କୁର ଫାଉଣ୍ଡେସନ ର ଏହି ଉଦ୍ୟମ ଜାରି ରହିଛି ।ପ୍ରତି ବର୍ଷ କିଛି ଭିନ୍ନ ଭାବରେ ସାହିତ୍ୟ କୁ ପରଶି ଦେବା ଆଶା ରେ , ଏହି କାର୍ଯକ୍ରମ ରେ ପିଲାଙ୍କ ପାଇଁ ଅନେକ ନୂଆ ତଥ୍ୟ ର ଆୟୋଜନ କରାଯାଇଥାଏ । ପ୍ରତି ବର୍ଷ ଓଡିଶାର ବିଭିନ୍ନ ସ୍ଥାନ ରେ ସାହିତ୍ୟର କର୍ମଶାଳା ଓ ଜିଲ୍ଲା ସ୍ତରରେ ଶିଶୁ ସାହିତ୍ୟ ଉତ୍ସବ ଆୟୋଜନ କରି , ପୁଣି ରାଜ୍ୟ ସ୍ତରରେ ଏହା ପାଳନ କରାଯାଇଥାଏ । ସେପ୍ଟେମ୍ବର 28 ରେ ସେହି କ୍ରମରେ ରାୟଗଡା ଠାରେ ଏହା ପାଳିତ ହୋଇଥିଲା । ଏହି କାର୍ଯକ୍ରମ କୁ ପୋଲିସ କମିଶନର ଶ୍ରୀ ସୁରେଶ ଦେବ୍ ଦତ୍ତା ସିଂ ଓ ଶ୍ରୀ ଅରୁଣ କୁମାର ରଥ , ପ୍ରାକ୍ତନ ଆଇ.ଏ.ଏସ୍ , ଓ ଶ୍ରୀ ମାନସ ରଞ୍ଜନ ସାମଲ ସମ୍ପଦକ ଝୁମୁକା , ଉଦ୍ଘାଟନ କରିଥିଲେ ।ଅଙ୍କୁର କର୍ମକର୍ତ୍ତା ମାନେ ପିଲାଙ୍କ ମଧ୍ଧ ରୁ ଖୋଜି ବାହାର କରିଥିଲେ ଶିଶୁ ଲେଖକ ଓ ଲେଟ୍ ମାନଙ୍କୁ ଆଠ ଜଣ 14 ବର୍ଷ ର ପିଲା ଯାହାଙ୍କ ପୁସ୍ତକ ପ୍ରକାଶିତ ହୋଇ ସାରିଛି , ସେମାନଙ୍କୁ ଏଠାରେ ସମ୍ମାନିତ କରାଯାଇ , ଆଗାମୀ ଭବିଷ୍ୟତ ରେ ଆହୁରି ଅନେକ ଲେଖୁ ପାଇଁ ଆଗ୍ରହ ସୃଷ୍ଟି କରାଯାଇଥିଲା
ବିତର୍କ ସଭା ଆୟୋଜନ କରାଯାଇ ପିଲାଙ୍କ ମନ କଥା ବୁଝିବା ଓ ବଡ ଲୋକଙ୍କ ସହ ଏକ ହୋଇ ଆଲୋଚନା କରିବାକୁ ସୁଯୋଗ ସୃଷ୍ଟି ଏହି ବର୍ଷ ର ନୂତନ ଚେଷ୍ଟା ରହିଥିଲା ।’ କବିତା ଓ ପିଲାଦିନ ‘ ତଥା ମାତୃଭାଷାର ଗୁରୁତ୍ଵ ଇତ୍ୟାଦି ବିଷୟଗୁଡ଼ିକ ଆଲୋଚିତ ହୋଇଥିଲାକବି ଡଃ ଭରତ ଚନ୍ଦ୍ର ଦାଶ , ଶ୍ରୀ ଆଶିଷ ଗଡ଼ନାୟକ , ସୁଲେଖ୍କା ସୁତକୀର୍ତିତ୍ରିପାଠୀ , ଡଃ ସରୋଜିନୀ ପାଣି , ବିଶିଷ୍ଟ ଲେଖକ ଓ ଶିକ୍ଷାବିଦ ଲକ୍ଷ୍ମୀକାନ୍ତ ଖୁଣ୍ଟିଆ ଓ ଶିକ୍ଷାବିଦ ଗୋଲକ ବିହାରୀ ଦାଶ ଯୋଗଦେଇଥିଲେ ।
ଶ୍ରୀ ନନ୍ଦେଶୁ ପିଲାଙ୍କୁ ସାମାଜିକ ସମସ୍ୟାକୁ ନେଇ କାର୍ଟୁନ ଆଚ୍ଛିବା ଶିକ୍ଷା ଦେଇଥିଲେ। କଥାକାର ଜାକିର୍ ଖାନ୍ ପିଲାଙ୍କୁ ନାଟକ ଶିଖାଇଥିଲେ ।ଶ୍ରୀ ଗୋଲକ ବିହାରୀ ଦାଶ ପିଲାଙ୍କ ପାଇଁ ସୁନ୍ଦର ଏକ ସାଧାରଣ ଜ୍ଞାନ ର କାର୍ଯକ୍ରମ ପ୍ରସ୍ତୁତ କରିଥିଲେ ।ଶିଶୁ ଲେଖକ ଲେଖୁ , ଅୟୁଶ ଖୁଣ୍ଟିଆ , ଭବ୍ୟା , ଝର୍ନିଶା ଚୌଧୁରୀ , ଆଦ୍ୟା ଅନିନ୍ଦିତା ରାଉତ , ଅର୍ପିତା ସାହୁ , ରିଶିତା ସାମନ୍ତରାୟ , ଶ୍ଵେତା ବର୍ମା , ପୂର୍ବାଶା କର , ଅଭିସ୍ରା ଆଚାର୍ୟ ଆଦି ଅଂଶ ଗ୍ରହଣ କରିଥିଲେ ।ଡ:ସ୍ଵର୍ଣ୍ଣଲତା ପଟନାୟକ ଙ୍କୁ ଶିକ୍ଷାଦାନ କ୍ଷେତ୍ର ରେ ସମ୍ମାନୀତ କରାଯାଇଥିଲାଡି.ଏ.ଭି , କିସ୍ , ଏମ୍ . ବି.ଏସ୍ , ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଓ ଅନେକ ସ୍କୁଲର ପ୍ରାୟ ଦୁଇଶହରୁ ଉର୍ଦ୍ଧ ପିଲା ଭାଗନେଇଥିଲେ ବୋଲି ଅନୁଷ୍ଠାନର ଅଧ୍ୟକ୍ଷା ଚିନ୍ମୟୀ ପଣ୍ଡା କହିଛନ୍ତି ।