ମେଷ: କର୍ମଚଞ୍ଚଳ ରହିବେ। ମନ ଖୁସି ରହିବ। ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଉତ୍ତମ। ବ୍ୟବସାୟରୁ ଲାଭ ମିଳିବ। ଛାତ୍ରଛାତ୍ରୀ ଖେଳକୁଦରେ ସମୟ ଅତିବାହିତ କରିବେ।
ବୃଷ: ଦିନଟି ଚିନ୍ତାଜନକ ରହିବ। କଳା, ମନୋରଞ୍ଜନ ପ୍ରତି ଆଗ୍ରହ ବଢ଼ିବ। ପରିବାର ସହ କୌଣସି ଦୂର ସ୍ଥାନକୁ ଯାତ୍ରା କରିବେ। ପ୍ରେମ ମାମଲାରେ କିଛି ନୂଆ ନିଷ୍ପତ୍ତି ନେବେ। ପ୍ରିୟଜନଙ୍କଠାରୁ ଉପହାର ପାଇବେ।ମିଥୁନ: ବ୍ୟବସାୟ ଓ ଧାର୍ମିକ କାର୍ଯ୍ୟ ପାଇଁ ଅନୁକୂଳ ସମୟ। ବ୍ୟାୟାମ, ଯୋଗ, ଉଚ୍ଚଶିକ୍ଷା, ଧ୍ୟାନ ଆଦି ପ୍ରତି ରୁଚି ବଢ଼ିବ। ଜମି ବିବାଦ ମାମଲା ସମାଧାନ ହେବ। ସାମାଜିକ କାର୍ଯ୍ୟରେ ସାମିଲ ହେବେ।
କର୍କଟ: କାର୍ଯ୍ୟ ସ୍ଥିତିରେ ସୁଧାର ଆସିଲେ ମଧ୍ୟ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଦାମ୍ପତ୍ୟ ଜୀବନ ଚିନ୍ତାଜନକ ହେବ। କୌଣସି ସ୍ଥାନକୁ ବୁଲିବାକୁ ଯାଆନ୍ତୁ। ବ୍ୟବସାୟରେ ଉନ୍ନତି ପରିଲକ୍ଷିତ ହେବ।ସିଂହ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। କିଛି କ୍ଷେତ୍ରରେ ଅସଫଳ ରହିବେ। କାଳୀ ମା’ଙ୍କ ପୂଜା କରନ୍ତୁ। ନୂଆ ଯୋଜନା ପାଇଁ ଉପଯୁକ୍ତ ସମୟ। ଯୋଗ, ବ୍ୟାୟାମ ପ୍ରତି ଆଗ୍ରହ ପ୍ରକାଶ କରିବେ।
କନ୍ୟା: ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ। ବିରୋଧୀଙ୍କଠାରୁ ଦୂରେଇ ରହିବେ। ପ୍ରେମିକ ପ୍ରେମିକାଙ୍କ ମଧ୍ୟରେ ଥିବା ଭୁଲ ବୁଝାମଣା ଦୂର ହେବ। ଅଫିସ୍ରେ ନୂଆ ପ୍ରୋଜେକ୍ଟରେ ସାମିଲ ହେବେ।ତୁଳା: ବ୍ୟବସାୟରୁ ଲାଭ ମିଳିବ। ପରିବାର ସଦସ୍ୟଙ୍କ ସହ ମତାନ୍ତର ଦୂର ହେବ। ଚାକିରିରେ ପଦୋନ୍ନତି ସମ୍ଭାବନା ଅଛି। ସନ୍ତାନଙ୍କ ସହଯୋଗ ପ୍ରାପ୍ତ ହେବ। ଋଣ ସମସ୍ୟା ଦୂର ହେବ। ଧାର୍ମିକ ଯାତ୍ରା କରିପାରନ୍ତି।
ବିଛା: ପୈତୃକ ସମ୍ପତ୍ତିକୁ ନେଇ ବିବାଦ ଦେଖା ଦେବ। କୋର୍ଟକଚେରୀ ମାମଲା ବିଜୟ ଲାଭ କରିବେ। ପ୍ରତିଯୋଗୀ ପରୀକ୍ଷାରେ କୃତକାର୍ଯ୍ୟ ହେବେ। କମ୍ ସମୟରେ ଅଧିକ କାମ କରିବେ।
ଧନୁ: ପିଲାଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ଭଲ କାର୍ଯ୍ୟ ଯୋଗୁଁ ସମାଜରେ ପ୍ରତିଷ୍ଠା ବଢ଼ିବ। ମନୋରଞ୍ଜନ କାର୍ଯ୍ୟରେ ନିଜକୁ ସାମିଲ କରିବେ। ଅଫିସ୍ରେ ନୂଆ ଦାୟିତ୍ବ ତୁଲାଇବେ।
ମକର: ଦିନଟିରେ କର୍ମଚଞ୍ଚଳ ରହିବେ। ଧନ ବୃଦ୍ଧି ସହ ଅର୍ଥ ସଞ୍ଚୟ କରିବେ। ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବେ। ଦାମ୍ପତ୍ୟ ଜୀବନ ହସଖୁସିରେ କଟିବ। ନିବେଶ ପାଇଁ ଅନୁକୂଳ ସମୟ।
କୁମ୍ଭ: ବ୍ୟବସାୟକୁ ମଜଭୁତ କରିବା ପାଇଁ ଅଧିକ ପ୍ରୟାସ କରିବାକୁ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଛାତ୍ରଛାତ୍ର ଦିନଚର୍ଯ୍ୟାରେ ପରିବର୍ତ୍ତନ ଆଣିବେ। ଅଫିସ୍ କାମରେ ବିଦେଶ ଯାତ୍ରା ଯୋଗ ରହିବ।
ମୀନ: କାର୍ଯ୍ୟ ଆରମ୍ଭ ପାଇଁ ଅନୁକୂଳ ସମୟ। ମାନସିକ ସ୍ବାସ୍ଥ୍ୟରେ ସୁଧାର ଆସିବ। ପରୀକ୍ଷାର୍ଥୀ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ। ଅଫିସ୍ରେ ନୂଆ କାମ ଆରମ୍ଭ କରିବେ। ଘରେ ଶୁଭ କାର୍ଯ୍ୟ ଆୟୋଜନ କରିବେ।