ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ କୁ ମିଳିଲା ପ୍ରକୃତିମିତ୍ର ସମ୍ମାନ ୨୦୨୪।
ବାଲିଅନ୍ତା: ବାଲିଅନ୍ତା ବ୍ଲକ୍ ରେ ଦୀର୍ଘଦିନ ହେବ ସମାଜସେବା କ୍ଷେତ୍ରରେ କାର୍ଯ୍ୟକରି ସମଗ୍ର ଜୟଦେବ ନିର୍ବାଚନ ମଣ୍ଡଳୀ ରେ ଏକ ପରିବେଶ ସୁରକ୍ଷା ଦିଗରେ ବୃକ୍ଷରୋପଣ ଓ ଜନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେଇ ଗ୍ରୀନ ଜୟଦେବ ଫାଉଣ୍ଡେସନ ସୁପରିଚିତ ହୋଇପାରିଛି। ବିଶେଷକରି ବାଇଚଢେଇ ସୁରକ୍ଷା ଓ ତାଳଗଛ ରୋପଣ କ୍ଷେତ୍ରରେ ଉଲେକ୍ଷ ଅବଦାନ ପାଇଁ ଓଡ଼ିଶା ସରକାର ଜଙ୍ଗଲ ଓ ଜଳବାୟୁ ପରିବର୍ତନ ବିଭାଗଦ୍ଵାରା ଖୋର୍ଦ୍ଧା ବନଖଣ୍ଡ ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ବନ୍ୟଜନ୍ତୁ ବନସପ୍ତାହ ପାଳନ ଅବସରରେ ପ୍ରକୃତିମିତ୍ର ସମ୍ମାନ ୨୦୨୪ ପ୍ରଦାନ କରାଯାଇଅଛି। ଅନୁଷ୍ଠାନ ର ମୁଖ୍ୟ ଟ୍ରଷ୍ଟି ପ୍ରକୃତିବନ୍ଧୁ ‘ଦୀନବନ୍ଧୁ ଭୋଇ ’ଙ୍କୁ ,୨୦ହଜାର ଟଙ୍କା ଚେକ୍ ଏବଂ ମାନପତ୍ର ମୁଖ୍ୟ ଅତିଥି ଖୋର୍ଦ୍ଧା ବନଖଣ୍ଡ ଅଧିକାରୀ ପୂର୍ଣ୍ଣିମା ପଣ୍ଡିଆନ ଙ୍କ ଠାରୁ ଗ୍ରହଣ କରିଥିଲେ। ପ୍ରକାଶ ଥାଉକି ଶ୍ରୀ ଭୋଇ ୨୦୧୯ ମସିହାରେ ପରିବେଶ କ୍ଷେତ୍ରରେ କାର୍ଯ୍ୟକରି ପ୍ରକୃତି ବନ୍ଧୁ ସମ୍ମାନ ପାଇଥିଲେ। ଏହି ସମ୍ମାନ ମିଳିବା ପରେ ଅଞ୍ଚଳରୁ ବହୁତ ଲୋକ ଶୁଭେଛା ର ସୁଅ ଛୁଟୁଛି।