ଲୋକକଳା ଏବଂ ପାରମ୍ପରିକ ରଜ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁଁ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପହିଲି ରଜରେ ଆରମ୍ଭ ହୋଇଥିବା ରଜ ମହୋତ୍ସବ -୨୦୨୪ଶନିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଭୁବନେଶ୍ଵର ଉପକଣ୍ଠ ହୀରାପୁର ସ୍ଥିତ ମହାମାୟା ଚଉଷଠି ଯୋଗିନୀ ପୀଠରେ ଅନୁଷ୍ଠାନର ମୁଖ୍ୟଟ୍ରଷ୍ଟି ଦୀନବନ୍ଧୁ ଭୋଇଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନି ଦିବସରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡଃ ଅରବିନ୍ଦ ଢ଼ାଲି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରାଜଧାନୀ ପୁସ୍ତକ ମେଳାର ସଂପାଦକ ବିଦୁଭୂଷଣ ପଟ୍ଟନାୟକ , ସମ୍ମାନିତ ଅତିଥି ଭାବେ ନ୍ୟାସନାଲ ୟୁଥ୍ ପ୍ରୋଜେକ୍ଟର ଆବାହକ ମଧୁସୂଦନ ଦାସ , ଯୋଗଦେଇ ଗ୍ରାମାଞ୍ଚଳରେ ରଜ ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁଁ ଟ୍ରଷ୍ଟର ଏପରି ପ୍ରୟାସକୁ ପ୍ରଶଂସା କରିଥିଲେ । ଏହି ଅବସରରେ ନୃତ୍ୟ, ଗୀତ, ରଙ୍ଗୋଲି ,ରଜ ସଜବାଜ , ମ୍ୟୁଜିକ ଚେୟାର , ପୁଚି ଭଳି ପ୍ରତିଯୋଗୀତା କରାଯାଇଥିଲା । ଏହି ସବୁ ପ୍ରତିଯୋଗିତାରେ ପ୍ରଥମ , ଦ୍ଵିତୀୟ ଏବଂ ତୃତୀୟ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗିଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ମାନିତ କରାଯାଇଥିଲା। ସମସ୍ତ ପ୍ରତିଯୋଗୀତାରେ ଶ୍ରେଷ୍ଠତା ଅର୍ଜନ କରିଥିବା ହୀରାପୁରର ଶୁଭଦ୍ରା ଜେନାଙ୍କୁ ରଜର ରାଣୀ ଭାବେ ସମ୍ମାନିତ କରାଯାଇ ୫ ହଜାର ଟଙ୍କା ପୁରସ୍କାର ଦିଆଯାଇଥିଲା । ସେହିଭଳି ଦ୍ବିତୀୟ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଲକ୍ଷ୍ମୀପ୍ରିୟା ଭୋଇଙ୍କୁ ୨୫୦୦ ହଜାର ଓ ତୃତୀୟ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ପ୍ରତିମା ଭୋଇଙ୍କୁ ୧୫୦୦ ହଜାର ଟଙ୍କା ଯାଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ନିର୍ମାଣ ଶିକ୍ଷା ଅନୁଷ୍ଠାନର ଅଧ୍ୟକ୍ଷ ସିଦ୍ଧେଶ୍ୱର ମହାନ୍ତି ,ଉମାଦେଇବ୍ରହ୍ମପୁର ପଞ୍ଚାୟତର ସମିତି ସଭ୍ୟ ରଞ୍ଜନ କୁମାର ମହାପାତ୍ର ,ଶିବ ମଲ୍ଲିକ , ବିଜୟ ମହାରଣା, ପ୍ରଦୀପ୍ତ କୁମାର ମହାନ୍ତି , ସିଦ୍ଧେଶ୍ୱର ନାଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପୁରସ୍କୃତ କରିଥିଲେ । ଆଶୁତୋଷ ଚୌଧୁରୀ ମଞ୍ଚ ପରିଚାଳନା କରିଥିବା ବେଳେ ପରିଚାଳନାରେ ସହଯୋଗ ଗୋବିନ୍ଦ ବେହେରା, ସୁବାସ ଦାସ, ସୁରେଶ ବେହେରା, ଗୁରୁପ୍ରସାଦ ଦାସ ଓ ଲକ୍ଷ୍ମଣ ଜେନା ସହଯୋଗ କରିଥିଲେ ଶେଷରେ ପ୍ରଳୟ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ ।