ଜନ୍ମମାଟିରେ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ୧0୧ ତମ ଜନ୍ମଜୟନ୍ତୀ ପାଳନ ଓଡିଶୀ ଶାସ୍ତ୍ରୀୟ ସଙ୍ଗୀତ ଜଗତର ଜଣେ ଅମ୍ଲାନ ପ୍ରତିଭା ଥିଲେ ବାଳକୃଷ୍ଣ

ଓଡିଶୀ ଶାସ୍ତ୍ରୀୟ ସଙ୍ଗୀତର ଜଣେ ଅମ୍ଲାନ ପ୍ରତିଭା ସଂଗୀତ ସୁଧାକର ସ୍ବର୍ଗତଃ ବାଳକୃଷ୍ଣ ଦାଶଙ୍କର ୧0୧ତମ ଜନ୍ମ ଜୟନ୍ତୀ ନିରାଡ଼ମ୍ବର ଭାବରେ ଜନ୍ମମାଟି ବାଳକାଟି ବସନ୍ତପେଡି ଗ୍ରାମରେ ପବିତ୍ର ସାବିତ୍ରୀ ଅମାବାସ୍ୟା ତିଥିରେ ପାଳନ ହୋଇଯାଇଛି l ପ୍ରତ୍ୟୁଷ ରେ ମନ୍ଦିରରେ ପୂଜାର୍ଚନା ପରେ ବାଳକୃଷ୍ଣ ସ୍ମୃତି ଫାଉଂଡେସନ ର ସମ୍ପାଦକ ଜଗନ୍ନାଥ ଶତପଥି ଙ୍କ ନେତୃତ୍ୱରେ ଏକ ସଂକୀର୍ତ୍ତନ ଶୋଭାଯାତ୍ରା ନିଜ ଭିଟାମାଟିରୁ ବାହାରି ବାଳକାଟୀ ଛକ ସ୍ଥିତ ସଂଗୀତ ସୁଧାକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା l ଏହି ଉପଲକ୍ଷେ ଅନୁଷ୍ଠାନର ସଭାପତି ଡ ରଜନୀ ରଞ୍ଜନ ଦାଶଙ୍କ ସଭାପତି ତ୍ବ ରେ ଏକ ସଭାରେ ସ୍ଥାନୀୟ ସରପଞ୍ଚ ରୀନା ବେହେରା, ସମାଜସେବୀ ପବିନା ବେହେରା, ପୂର୍ବତ୍ତନ ଝୀଂଟି ପଂଚାୟତ ସରପଞ୍ଚ ରବୀନ୍ଦ୍ର କୁମାର ପାତ୍ର, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କାନ୍ହୁ ଦାସ ଯୋଗଦେଇ ସଂଗୀତ ସୁଧାକର ଙ୍କର କୃତିତ୍ୱ ଓ ସାଧନା ଉପରେ ଆଲୋଚନା କରିଥିଲେ l ଅନୁଷ୍ଠାନ ର ସଭ୍ୟ ବସନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସର ରେ କିଛି କୃତି କଣ୍ଠଶିଳ୍ପୀ ଙ୍କୁ ବାଳକୃଷ୍ଣ ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥିଲା l ସେହିପରି ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପୂଜ୍ୟପୂଜାର ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଏହି ଜନ୍ମୋତ୍ସବ ଅନୁରୂପ ଭାବେ ବାଳକାଟିରେ ପାଳନ ହୋଇଯାଇଛି l ପ୍ରଥମେ କୁଆଖାଇ ନଦୀରେ ତିଳତର୍ପଣ ପରେ ବାଳକାଟି ବଜାରରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଗାୟକ ଆହ୍ଲାଦ ସୁରେନ୍ଦ୍ର ନାଥ ଛୋଟରାୟ, ପଣ୍ଡିତ ଗିରିଜା ଶଙ୍କର ମହାପାତ୍ର, ସମାଜସେଵୀ ବେଣୁଧର ଭୋଇ, ଦୀନବନ୍ଧୁ ଭୋଇ ପ୍ରମୁଖ ଏହି ଶ୍ରଦ୍ଧାଞ୍ଜଳି ସଭାରେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *