ପ୍ରସିଦ୍ଧ ତନ୍ତ୍ରପିଠ ପରିଦର୍ଶନରେ ଆସିଥିବା ବେଳେ ସ୍ଥାନୀୟ ଯଶୁଆପୁର ଗାଁକୁ ଗସ୍ତ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ l ଶ୍ରୀ ପ୍ରଧାନ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟସ୍ୱାଗତ କରାଯାଇଥିଲା l ପରେ ଗ୍ରାମର ଆରାଧ୍ୟ ଶ୍ରୀ ଲକ୍ଷ୍ମୀ ନୃସିଂହନାଥ ମନ୍ଦିରରେ ସପତ୍ନୀଙ୍କ ସହ ପୁଜାର୍ଚ୍ଚନା କରିଥିଲେ l ପରେ ଗ୍ରାମବାସୀଙ୍କ ପକ୍ଷରୁ ଶ୍ରୀ ପ୍ରଧାନ ଓ ତାଙ୍କ ପତ୍ନୀଙ୍କୁ ଶ୍ରୀ ଜଗନ୍ନାଥଙ୍କ ଫୋଟୋ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ପରେ ଶ୍ରୀ ପ୍ରଧାନ ବିଭିନ୍ନ ବିଷୟରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ l ଏହି ଅବସରରେ ଗ୍ରାମରେ ଏକ ଐତିହ୍ୟ ତୋରଣ ନିର୍ମାଣ ନିମନ୍ତେ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଇଥିଲା l ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରଞ୍ଜନ ମହାପାତ୍ର, ସମବାୟବିତ ନଳିନୀକାନ୍ତ ମହାପାତ୍ର, ରମାକାନ୍ତ ମହାପାତ୍ର, ବରିଷ୍ଠ ନାଗରୀକ ଜୟକୃଷ୍ଣ ମହାପାତ୍ର, ଦୁର୍ଯ୍ୟୋଧନ ପ୍ରଧାନ, ପ୍ରସନ୍ନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ l