*ଧନିକଙ୍କ ଦୌଡ଼ରେ ବାଜିମାରିଲେ ଗୌତମ ଆଦାନୀ, ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ହେଲେ ଏସିୟାର ସବୁଠୁ ଧନୀ
ଧନିକଙ୍କ ଦୌଡରେ ଭାରତର ଦୁଇ ଉଦ୍ୟୋଗପତିଙ୍କ ପ୍ରତିଯୋଗୀତା ଜାରି ରହିଛି। ଏଥିରେ ଆମ୍ବାନୀ ଓ ଆଦାନୀଙ୍କ ନାମ ପ୍ରାୟତଃ ଚର୍ଚ୍ଚାରେ ଥାଏ। ଏହି ତାଲିକାରେ ପୁଣି ଥରେ ବଡ଼ ଧରଣର ଅଦଳବଦଳ ହୋଇଛି। ଆଦାନୀ ସମୂହର ଚେୟାରମ୍ୟାନ ଗୌତମ ଆଦାନୀ ବଡ଼ ଲମ୍ପ ପ୍ରଦାନ କରିଛନ୍ତି। ସେ ଏସିଆର ସବୁଠୁ ଧନୀବ୍ୟକ୍ତିରେ ପରିଣତ ହୋଇଛନ୍ତି।
ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସରେ ବଡ଼ ଅଦଳବଦଳ ହୋଇଛି। ଧନୀକଙ୍କ ସୂଚୀରେ ଗୌତମ ଆଦାନୀ ଦୀର୍ଘ ଲମ୍ପ ଦେଇଛନ୍ତି। ସେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇ ୧ ନମ୍ବର ହୋଇଛନ୍ତି। ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଲାଟେଷ୍ଟ ସୂଚୀରେ ଗୌତମ ଆଦାନୀ ମୁକେଶ ଅମ୍ବାନୀଙ୍କ ଉପରକୁ ଉଠିଛନ୍ତି। ଆଦାନୀ ୧୧୧ ବିଲିୟନ ଡଲାର ସମ୍ପତ୍ତି ସହିତ ଏହି ତାଲିକାର ୧୧ତମ ସ୍ଥାନକୁ ପହଞ୍ଚିଛନ୍ତି। ଏହା ସହିତ ସେ ଏସିଆ ସମେତ ଭାରତର ସବୁଠୁ ଧନୀବ୍ୟକ୍ତି ପାଲଟିଛନ୍ତି।
ଶୁକ୍ରବାର ଆଦାନୀଙ୍କ ସମ୍ପତ୍ତିରେ ୫.୪୫ ବିଲିୟନ ଡଲାର ବୃଦ୍ଧି ହୋଇଛି। ଏହା ସହିତ ତାଙ୍କର ମୋଟ ନେଟୱର୍ଥ ୧୧୧ ବିଲିୟନ ଡଲାରକୁ ପହଞ୍ଚିଛି। ଅନ୍ୟପଟେ ମୁକେଶ ଅମ୍ବାନୀ ୧୦୯ ବିଲିୟନ ଡଲାର ମୂଲ୍ୟର ସମ୍ପତ୍ତି ସହିତ ଏହି ତାଲିକାର ଦ୍ୱାଦଶ ଓ ଏସିୟାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଶୁକ୍ରବାର ମୁକେଶ ଅମ୍ବାନୀଙ୍କ ନେଟୱର୍ଥରେ ୨୬.୮ ବିଲିୟନ ଡଲାର ବୃଦ୍ଧି ହୋଇଛି। ହିଣ୍ଡନବର୍ଗ ରିପୋର୍ଟ ପରେ ପ୍ରଥମ ଥର ଗୌତମ ଆଦାନୀଙ୍କୁ ଏହି ସ୍ଥାନ ମିଳିଛି