ଗ୍ଲୋବାଲ ଏକାଡେମୀର ଶତପ୍ରତିଶତ ସଫଳତା

 

ବାଲିପାଟଣାରେ ଥିବା ଅଗ୍ରଣୀ କୋଚିଂ ସେଣ୍ଟର ଗ୍ଲୋବାଲ କମ୍ପ୍ୟୁଟର ଓ କ୍ୟାରିୟର ଏକାଡେମୀର ଛାତ୍ରଛାତ୍ରୀ ସଦ୍ୟ ପ୍ରକାଶିତ ଯୁକ୍ତ ଦୁଇ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ହାସଲ କରିଛନ୍ତି । ଏହା ସହିତ ଏହି କୋଚିଂ ସେଣ୍ଟର ଛାତ୍ରୀ ସ୍ମୃତି ନାୟକ ବାଣିଜ୍ୟ ବିଭାଗରେ ୫୧୪ ମାର୍କ ରଖି ବ୍ଳକରେ ଟପ୍ପର ହୋଇଥିବା ବେଳେ କଳା ବିଭାଗର ଛାତ୍ରୀ ୫୦୧ ମାର୍କ ରଖି ବ୍ଳକରେ ଦ୍ବିତୀୟ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି । ଏଥର ଯୁକ୍ତ ଦୁଇ ପରୀକ୍ଷାରେ ଏହି କୋଚିଂ ସେଣ୍ଟରର କଳା ବିଭାଗରେ ମୋଟ ୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ପ୍ରଥମ ଶ୍ରେଣୀରେ ୨୫ ଜଣ , ଦ୍ବିତୀୟ ଶ୍ରେଣୀରେ ୧୫ ଜଣ ଓ ତୃତୀୟ ଶ୍ରେଣୀରେ ୧୦ ଏହିପରି ସମସ୍ତ ୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି +୨ ବାଣିଜ୍ୟ ବିଭାଗରେ କୋଚିଂ ସେଣ୍ଟରର ମୋଟ ୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ସେଥିମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୪ ଜଣ , ଦ୍ବିତୀୟ ଶ୍ରେଣୀରେ ୧୦ ଜଣ ଓ ତୃତୀୟ ଶ୍ରେଣୀରେ ୭ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗତ ୭ ବର୍ଷ ଧରି ପ୍ରତ୍ୟେକ ବର୍ଷ ଏହି ଏକାଡେମୀର ଛାତ୍ରଛାତ୍ରୀମାନଙ୍କୁ ବହୁତ ସଫଳତା ମିଳୁଛି। ଅଂଚଳର ଏହା ଏକମାତ୍ର ଅନୁଷ୍ଠାନ ଯାହା ଅର୍ଥ ପଛରେ ନଗୋଡାଇ +୨ ପାଠପଢ଼ା ସହିତ କମ୍ପ୍ୟୁଟର ଏବଂ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରୁଥିବା କହିଛନ୍ତି ଗ୍ଲୋବାଲ କମ୍ପ୍ୟୁଟର ଓ କ୍ୟାରିୟର ଏକାଡେମୀର ନିର୍ଦ୍ଦେଶକ ସୁଦର୍ଶନ ସାହୁ । ଏହି ସଫଳତା ପାଇଁ ଏକାଡେମୀର ଅଧ୍ୟାପକ ନିରଞ୍ଜନ ସାହୁ, ପ୍ରଶାନ୍ତ କୁମାର ପଣ୍ଡା, ଅଧ୍ୟାପିକା ସୁବର୍ଣ୍ଣା ରାଉତରାୟ , ସୁନନ୍ଦା ସାହୁ,ସୁଜାତା ସାହୁ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *