ରାଜମିସ୍ତ୍ରୀ ଙ୍କ ଝିଅ ବ୍ଲକ୍ ଟପ୍ପର

 

ଦୃଢ଼ ଇଚ୍ଛାଶକ୍ତି ମନୋବଳ ଆଗରେ ହାର ମାନିଛି ପ୍ରତିକୂଳ ପରିବେଶ ।

ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ଯୋଗୁଁ ଶିଶୁ ଅନନ୍ତ ମହାବିଦ୍ୟାଳର ଛାତ୍ରୀ ସ୍ମୃତି ନାୟକ ସମସ୍ତ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଚଳିତ +୨ ପରୀକ୍ଷାରେ ବାଣିଜ୍ୟ ବିଭାଗରେ ସେ ୫୧୪ ମାର୍କ ରଖି ବାଲିପାଟଣା ବ୍ଳକ ଟପ୍ପର ହୋଇଛନ୍ତି । ପିତା ପ୍ରଦୀପ୍ତ ନାୟକ ଜଣେ ରାଜମିସ୍ତ୍ରୀ ଅଟନ୍ତି । ଯାହା ରୋଜଗାର କରନ୍ତି ତାହା ପରିବାର ପ୍ରତିପୋଷଣ ପାଇଁ ଯଥେଷ୍ଟ ନୁହେଁ । ତଥାପି ସ୍ମୃତି ଭଲ ପାଠପଢୁଥିବା ଦେଖି ବାପାଙ୍କ ସହିତ ପରିବାର ସଦସ୍ୟ ମାନେ ତାଙ୍କୁ ଉତ୍ସାହିତ କରନ୍ତି । ଅଭାବ ଅନଟନ ଭିତରେ ଏଭଳି ସଫଳତା ଆଣି ଆଜି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ସ୍ମୃତି । ସ୍ମୃତି ଟ୍ୟୁସନ ନେଉଥିବା ବାଲିପାଟଣା ସ୍ଥିତ ଗ୍ଳୋବାଲ କ୍ୟାରିଅର ଏକାଡେମୀ ମଧ୍ୟ ସ୍ମୃତିଙ୍କୁ ସବୁ ସମୟରେ ସାହାଯ୍ୟ ସମର୍ଥନ ଦେଇଆସିଛି । ତାଙ୍କୁ ପାଠ୍ୟ ପୁସ୍ତକ ପ୍ରଦାନ ଠାରୁ ଆରମ୍ଭ କରି ବିନା କୋଚିଂ ଦେୟରେ ପଠାଇବା ସହିତ କିଭଳି ଅର୍ଥ ତାଙ୍କ ଶିକ୍ଷା ଗ୍ରହଣରେ ବାଧକ ନସାଜିବ ସେଥିପ୍ରତି ଗ୍ଳୋବାଲ କ୍ୟାରିଅର ଏକାଡେମୀ କତୃପକ୍ଷ ସବୁବେଳେ ଦୃଷ୍ଟିଦେଉଥିବା କହିଛନ୍ତି ସ୍ମୃତି । କଲେଜ ଏବଂ ଟ୍ୟୁସନ ପରେ ସେ ୫ରୁ ୬ ଘଣ୍ଟା ଘରେ ପାଠ ପଢନ୍ତି । ଭବିଷ୍ୟତରେ ଶିକ୍ଷୟିତ୍ରୀ ହେବା ତାଙ୍କ ଲକ୍ଷ୍ୟ ବୋଲି ସ୍ମୃତି କହିଛନ୍ତି। ସଫଳତା ପାଇଁ ସେ ତାଙ୍କ ବାପା , ମା କଲେଜର ସମସ୍ତ ଅଧ୍ୟାପକ , ଅଧ୍ୟାପିକା , ଗ୍ଳୋବାଲ କ୍ୟାରିଅର ଏକାଡେମୀ ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଶ୍ରେୟ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *