ଭୁବନେଶ୍ବର ଶକୁନ୍ତଳା ଆର୍ଟ ଗ୍ୟାଲେରୀ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ଅବସରରେ ଏକ ଚିତ୍ର କଳା ପ୍ରଦର୍ଶନୀ ଆଜି ପୂର୍ବାହ୍ନ ୧୧ ଟା ସମୟରେ ଉଦଘାଟିତ ହୋଇଯାଇଛି। ରାଜ୍ୟ ର ସମକାଳୀନ ମହିଳା ଚିତ୍ର ଶିଳ୍ପୀ ମାନଙ୍କୁ ନେଇ ଗ୍ୟାଲେରୀ ର ନିର୍ଦ୍ଦେଶକ ଚିତ୍ର ଶିଳ୍ପୀ ଜନାର୍ଦ୍ଦନ ପରମଗୁରୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଚିତ୍ର କଳା ପ୍ରଦର୍ଶନୀ ରେ ମୁଖ୍ୟ ଅତିଥି ରୂପେ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ର
ଉପଦେଷ୍ଟା ସୁମିତ୍ରା ଜେନା ଓ ମୁଖ୍ୟ ବକ୍ତା ଭାବରେ ସଂସ୍କୃତି
ଗବେଷିକା ଓ ଲେଖିକା ଝଞ୍ଜାଦାସ ଓ ଉତ୍କଳ ସାହିତ୍ୟ ସମାଜର ସଦସ୍ୟ ବିଶ୍ୱଜିତ ଦାସ ଯୋଗଦେଇ ଉଦଘାଟନ କରିଥିଲେ।ଏହି ଚିତ୍ର କଳା ପ୍ରଦର୍ଶନୀ ରେ ମହିଳା ଚିତ୍ର ଶିଳ୍ପୀ ଅନୁରେଖା ଜେନା, ଅର୍ଚ୍ଚନା ଜେନା, ଅତସିବସୁ ଜେନା, ବବିତା ସାହୁ,ବନ୍ଦିତାବିଶ୍ବାଳ, ଦୀପ୍ତି ମୟୀ ପାଢ଼ୀ,ଜୋଷ୍ଣାରାଣିଉପାଧ୍ୟାୟ, ଲିପିଶ୍ରୀ ନାୟକ, ମମତା ସାମନ୍ତରାୟ, ନମିତା ସାହୁ,ନିରୋଦନଳିନୀ ବେହେରା, ପ୍ରଣତି ଦାସ, ପ୍ରିୟ ଦର୍ଶନୀ ମହାନ୍ତି,ରୋଜିପାଣ୍ଡେ,ସାଇସ୍ତା ନାଜ,ସେଫାଳି ମହାନ୍ତି, ସ୍ମିତା ସାମଲ,ସ୍ଵର୍ଣ୍ଣଲତା ଶତପଥୀ, ସ୍ଵୟଂ ସୁଧା ପଟ୍ଟନାୟକ ଓ ତେଜସ୍ଵିନୀ ସାମନ୍ତ ସିଂହାର ପ୍ରମୁଖ ଏଥିରେ ଭାଗ ନେଇଛନ୍ତି। ଦୁର୍ଗତି ନାଶିନୀ ମା ଦୁର୍ଗାଙ୍କର ବିଭିନ୍ନ ଚିତ୍ର କଳା ଗୁଡିକ ଏଥିରେ ସ୍ଥାନ ପାଇଛି। ଚିତ୍ର କଳା ପ୍ରଦର୍ଶନୀ ଟି ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।