ପବିତ୍ର ଗଣେଷ ଚତୁର୍ଥୀ ଉପଲକ୍ଷେ “ବକ୍ରତୁଣ୍ଡମ” ଶୀର୍ଷକ ଚିତ୍ର କଳା ପ୍ରଦର୍ଶନୀ ଉଦଘାଟିତ

 

କଟକ ତା୧୯.୯.୨୦୨୩ ରିଖ ପବିତ୍ର ଗଣେଷ ଚତୁର୍ଥୀ ଉପଲକ୍ଷେ ବକ୍ରତୁଣ୍ଡମ ଶୀର୍ଷକ ଏକ ଚିତ୍ର କଳା ପ୍ରଦର୍ଶନୀ ଶକୁନ୍ତଳା ଆର୍ଟ ଗ୍ୟାଲେରୀ ଆନୁକୂଲ୍ୟରେ ଉଦ୍ ଘାଟିତ ହୋଇଯାଇଛି। ରାଜ୍ୟ ତଥା ଜାତୀୟ ସ୍ତରର ବିଶିଷ୍ଟ ଚିତ୍ର ଶିଳ୍ପୀ ମାନଙ୍କୁ ନେଇ ଅନୁଷ୍ଠିତ ଏହି ଚିତ୍ର କଳା ପ୍ରଦର୍ଶନୀ କୁ କଟକ ମହାନଗରନିଗମ ର ମେୟର ସୁବାସ ଚନ୍ଦ୍ର ସିଂ ମୁଖ୍ୟ ଅତିଥି, ଖ୍ୟାତନାମା ଚିତ୍ର ଶିଳ୍ପୀ ତଥା ବି କେ ଆର୍ଟ କଲେଜର ପୂର୍ବତନ ଅଧ୍ୟକ୍ଷ ବଳଦେବ ମହାରଥା ଓ ଯଶସ୍ଵୀ ଚିତ୍ର ଶିଳ୍ପୀ ତଥା ରାଜ୍ୟ ଲଳିତକଳା ଏକାଡେମୀ ର ପ୍ରାକ୍ତନ ସଂପାଦକ ଗଜେନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ ଘାଟନ କରିଥିଲେ। ଉଦ୍ ଘାଟନ ଉତ୍ସବ ରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ବଜିତ ଦାସ, ନିକୁଞ୍ଜ ପଶାୟତ, କର୍ପୋରେଟର ସ୍ଵର୍ଣ୍ଣପ୍ରଭା ପଶାୟତ ପ୍ରମୁଖ ଉପସ୍ଥିତ ଥିଲେ।
ଗ୍ୟାଲେରୀ ର ନିର୍ଦ୍ଦେଶକ ଜନାର୍ଦ୍ଦନ ପରମଗୁରୁ ଙ୍କ ସଂଯୋଜନା ରେ ଆୟୋଜିତ ଏହି ପ୍ରଦର୍ଶନୀ ରେ ଚିତ୍ର ଶିଳ୍ପୀ ବୃନ୍ଦାବନ ମହାରଣା,ଅତସିବସୁ ଜେନା,ମମତା ସାମନ୍ତରାୟ,ପ୍ରଦିପପାଣ୍ଡେ, ଡ଼ଃ ସୁଚେତା ପ୍ରିୟବାଦିନି,ରାଜେଶ ନାୟକ, ଲିପି ଶ୍ରୀ ନାୟକ, ସଂଜ ୟକେତନ, ରାଜକିଶୋର ମହାରଣା,ଜେ, ଏମ୍, ପଟ୍ଟନାୟକ, ବିଶ୍ବନାଥ ସ୍ଵୟଂ ବାରିକ,ସୋନିଆକାଶପ ମଲ୍ଲିକ, ନମିତା ସାହୁ,ତେଜସ୍ଵିନି‌ ସାମନ୍ତସିଂହାର, ଅଶୋକ କୁମାର ବେହେରା,ବିଜୟପଣ୍ଡା, ସ୍ଵୟଂ ସୁଧା ପଟ୍ଟନାୟକ,ବିଜୟ ମଲ୍ଲିକ, ଜ୍ୟୋସ୍ନା ରାଣିନନ୍ଦ, କିଶୋର ଦଳାଇ, ରଂଜିତା ମିଶ୍ର, ରଶ୍ମି ରେଖା ଧଳ, ଦୀପ୍ତି ମୟୀ ପାଢ଼ୀ,ସୁଜାତା ବେହେରା,ଓ ମନୋଜ ଚୌ ଧୁରି ପ୍ରମୁଖ ଭାଗନେଇଛନ୍ତି।
ବିଘ୍ନ ନାଶନ ଗଣନାଥ ଙ୍କର ସୁନ୍ଦର ସୁନ୍ଦର ପ୍ରତିକୃତି ଗୁଡ଼ିକ ବେଶ ଚିତାକର୍ଷକ ହୋଇପାରିଛି।

Leave a Reply

Your email address will not be published. Required fields are marked *