ଆଜି ଭୁବନେଶ୍ଵର ବିଜେପି ରାଜ୍ଯ କାର୍ଯ୍ୟାଳୟରେ ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ପ୍ରେସମିଟ କରିଛନ୍ତି. ଶ୍ରୀମତୀ ଷଡଙ୍ଗୀ ରାଜ୍ଯସରକାରଙ୍କ ଶାସନ ବ୍ୟବସ୍ଥା ଉପରେ ବର୍ଷିଛନ୍ତି. ସେ କହିଛନ୍ତି ଜଣେ ସଚିବ ସରକାରଙ୍କ ଶାସନ ବ୍ୟବସ୍ଥାକୁ ହାଇ ଯାକ କରି ନେଇଛନ୍ତି. ଶ୍ରୀମତୀ ଷଡଙ୍ଗୀ ଆହ୍ଵାନ ଦେଇଛନ୍ତି ରାଜନୀତି କରିବାର ଯଦି ଏତେ ଇଚ୍ଛା ତେବେ ଚାକିରି ଛାଡି ରାଜନୀତି ମଇଦାନକୁ ଆସନ୍ତୁ. ସରକାରୀ ଚାକିରୀ କରିବ ପୁଣି ସରକାରଙ୍କ ଠାରୁ ଦରମା ନେଇ ରାଜନୀତି କରିବ ବୋଲି କହି ସମାଲୋଚନା କରିଥିଲେ.