ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ପିଠର ହେବ ସମ୍ପୂର୍ଣ୍ଣ ରୂପାନ୍ତର

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ପୀଠର ହେବ ସମ୍ପୂର୍ଣ୍ଣ ରୂପାନ୍ତର। 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନଙ୍କ ପରାମର୍ଶ ଅନୁସାରେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ଅନୁମୋଦନ ପାଇଁ ଜିଲ୍ଲାପାଳ ₹୧୧୨ କୋଟିର ପ୍ରକଳ୍ପ ପ୍ରସ୍ତାବ ଦେଇଛନ୍ତି। ନିକଟରେ #5T ସଚିବ ପୀଠ ପରିଦର୍ଶନ କରି ସାଧୁ ସନ୍ଥ ଓ ଭକ୍ତଙ୍କ ସହ ଆଲୋଚନା କରିଥିଲେ।

ଏଥିରେ ପୀଠର ସର୍ବାଙ୍ଗୀନ ବିକାଶ ସହ ଭକ୍ତମାନଙ୍କ ପାଇଁ ବିଭିନ୍ନ ସୁବିଧା ଉପରେ ଗୁରୁତ୍ଵ ଦିଆଯାଇଛି। ଯୋଜନା ଅନୁଯାୟୀ ସମାଧି ମନ୍ଦିରର ପୁନଃନିର୍ମାଣ, ପ୍ରାର୍ଥନା ଗୃହ, ପାଚେରୀ, ପୁଷ୍କରିଣୀ ପୁନଃରୁଦ୍ଧାର, ବସ ଷ୍ଟାଣ୍ଡ, କୌପୀନଧାରୀ ମହିମା ସମାଜ ପୀଠ ପୁନଃନିର୍ମାଣ, ଆଲୋକୀକରଣ ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଆଦି ନିର୍ମାଣ କରାଯିବ।

ଜଗନ୍ନାଥ ମନ୍ଦିରଠାରୁ ସ୍କୁଲ ପଡ଼ିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ, ପୂର୍ବ ପଟ ବଡ଼ ପୋଖରୀର ପୁନଃରୁଦ୍ଧାର ସମେତ ୨୦୦ ତାଳ ଗଛ ଓ ୨୦୦ ବର ଗଛ ଲଗାଯିବ। ସାଧୁ ଓ ଭକ୍ତମାନଙ୍କ ପାଇଁ ୨୦୦ଟି ଶୌଚାଳୟ ନିର୍ମାଣ କରାଯିବ। ଏହାକୁ ଜିଲ୍ଲାର ଏକ ପ୍ରମୁଖ ତୀର୍ଥସ୍ଥଳୀ ଭାବେ ପ୍ରତିଷ୍ଠା କରିବା ପାଇଁ ସମସ୍ତ ପଦକ୍ଷେପ ସୁନିଶ୍ଚିତ କରାଯାଉଛି।

Leave a Reply

Your email address will not be published. Required fields are marked *