ଓଡ଼ିଶାର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଗୀତାଞ୍ଜଳି ଇଣ୍ଡିଆ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ବର ଠାରେ ଥିବା ଗୀତଗୋବିନ୍ଦ ସଦନ ଠାରେ ଷଷ୍ଠ ଗୀତାଞ୍ଜଳି ପ୍ରତିଭା ସମ୍ମାନ – ୨୦୨୩ ପ୍ରଦାନ କରାଯାଇଛି. ଏହି ଉତ୍ସବରେ ଉଦ୍ଘାଟକ ଭାବରେ ମାନ୍ୟବର ସାଂସଦ ଶ୍ରୀ ଅମର ପଟ୍ଟନାୟକ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ. ମୁଖ୍ୟଅତିଥି ଭାବେ ଭୁବନେଶ୍ବର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ, ଅନ୍ୟମାନଙ୍କ ମଧ୍ୟରେ ଜୟଦେବର ବିଧାୟକ ଡ଼ ଅରବିନ୍ଦ ଢାଲି, ମାର୍କଫେଡର ଅଧ୍ୟକ୍ଷା କବିତା ମଞ୍ଜରୀ ପରିଡା, ଉତ୍କଳିକାର ଅଧ୍ୟକ୍ଷା ଦେବସ୍ମୀତା ସାହୁ, ସମାଜସେବୀ ସୁଚିସ୍ମିତା ପୃଷ୍ଟି, ଶିକ୍ଷାବିତ୍ ବିଧୁଭୂଷଣ ପଟ୍ଟନାୟକ, ନାରାୟଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ. ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ରଞ୍ଜନ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ. ଏହି ଉତ୍ସବରେ ବାଲିଅନ୍ତା ଓ ବାଲିପାଟଣା ବ୍ଲକର ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ A1 ଗ୍ରେଡ ରେ ପାସ କରିଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଗୀତାଞ୍ଜଳି ପ୍ରତିଭା ସମ୍ମାନ,. ୧୨ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଗୀତାଞ୍ଜଳି ଆଦର୍ଶ ଶିକ୍ଷକ ସମ୍ମାନ ଓ ୬ ଟି ବିଦ୍ୟାଳୟ କୁ ଗୀତାଞ୍ଜଳି ଆଦର୍ଶ ବିଦ୍ୟାଳୟ ସମ୍ମାନ ପ୍ରଦାନ କରାଯାଇଛି. ଅନୁଷ୍ଠାନର ଦୀନବନ୍ଧୁ ଭୋଇ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅନ୍ୟ ତମ ସଦସ୍ୟ ବିଶ୍ୱଜିତ୍ ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ.