ସାଂସଦ ମାନସ ମଙ୍ଗରାଜଙ୍କ ସୁରକ୍ଷା ଦାୟିତ୍ୱରେ କମିଶନରେଟ ପୁଲିସର ସ୍ପେଶାଲ ସିକ୍ୟୁରିଟି ବାଟାଲିୟନର ଯବାନ ଜେ.କେ ଭୋଳଙ୍କ ସମେତ ଜିଲ୍ଲା ପୁଲିସର ଜଣେ ଯବାନ ଓ ରାଜ୍ୟ ସ୍ପେଶାଲ ବ୍ରାଂଚ ସିକ୍ୟୁରିଟି ୱିଙ୍ଗର ୨ଜଣ ଯବାନଙ୍କୁ ମୁତୟନ କରାଯାଇଥିଲା । ତାଙ୍କର ପିଏସଓ ଭାବେ ନିୟୋଜିତ ଏହି ୪ଜଣ ଯବାନଙ୍କୁ ମାନସ ନିଜର ବ୍ୟକ୍ତିଗତ କାର୍ଯ୍ୟରେ ନିୟୋଜିତ କରୁଥିବା ଜଣାପଡ଼ିଛି । ଏପରିକି ତାଙ୍କ ପତ୍ନୀ ଓ ପୁଅ ଜିମ୍ , ମାର୍କେଟ ଓ ଅନ୍ୟାନ୍ୟ ସ୍ଥାନ ଆଦି ଯିବାବେଳେ ରାଜ୍ୟ ପୁଲିସର ଏହି ଉଚ୍ଚ ପ୍ରଶିକ୍ଷଣପ୍ରାପ୍ତ ପିଏସଓମାନେ ତାଙ୍କ ପାଖେ ଛାଇ ଭଳି ରହୁଥିଲେ । ମାନସ ନିଜର ଥାଟବାଟ ଓ ପତିଆରା ଦେଖାଇବାକୁ ଏହି ପୁଲିସ ଯବାନମାନଙ୍କୁ ବ୍ୟକ୍ତିଗତ କାର୍ଯ୍ୟରେ ଲଗାଉଥିଲେ । ଅବଶ୍ୟ ମାନସଙ୍କ ଗଡ଼ଫାଦର କୁଟ୍ଟେଙ୍କ ଭୟରେ ଏହି ପିଏସଓମାନେ ଚାକିରି ବଂଚାଇବା ପାଇଁ ମୁହଁ ଖୋଲିପାରୁନଥିଲେ ବୋଲି ସୂଚନା ମିଳିଛି।