ଶ୍ରୀ ଜଗନ୍ନାଥ ମନ୍ଦିର ପାଇଁ ୨୭୧ କୋଟିର ବଜେଟ

ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି. ଏହି ବୈଠକରେ ୨୭୧କୋଟି ୭ଲକ୍ଷ ଟଙ୍କାର ବଜେଟ ଅନୁମୋଦନ କରାଯାଇଛି. ରଥଯାତ୍ରା ଓ ସ୍ନାନଯାତ୍ରା ପାଇଁ ୧୬ କୋଟି ୬୨ ଲକ୍ଷ, କର୍ମଚାରୀଙ୍କ ଦରମା ପାଇଁ ୪୫ କୋଟି ୪୩ ଲକ୍ଷ, ଶ୍ରୀ ମନ୍ଦିର ସମେତ ଅନ୍ୟ ଭିତ୍ତିଭୂମିର ରକ୍ଷଣାବେକ୍ଷଣ ନିମନ୍ତେ ୨୬ କୋଟି ୮ ଲକ୍ଷ, ଶ୍ରୀଜଗନ୍ନାଥ ଆଦର୍ଶ ଗୁରୁକୁଳ ପ୍ରତିଷ୍ଠା ନିମନ୍ତେ ୫ କୋଟି ଏବଂ ସେବାୟତ ଗୃହ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ୩ କୋଟି ୫୦ ଲକ୍ଷ ଟଙ୍କା ରଖାଯାଇଛି. ଶ୍ରୀମନ୍ଦିର ଫାଉଣ୍ଡେସନ ପାଣ୍ଠିରେ ୨୧ କୋଟି ୯୦ ଲକ୍ଷ ଜମା କରାଯିବ. ମହାପ୍ରଭୁଙ୍କ ଦୈନଦିନ ନୀତିକାନ୍ତି ପରିଚାଳନା ପାଇଁ ୯ କୋଟି ୬ ଲକ୍ଷ, ପାଳିଆ ସେବକ ପାରିତୋଷିକ ଉଦ୍ଦେଶ୍ୟରେ ୧୮ କୋଟି ଖର୍ଚ୍ଚ କରାଯିବ.

Leave a Reply

Your email address will not be published. Required fields are marked *