ରୋଗୀକୁ ଆଣିବାକୁ ଗଲାବେଳେ ସଫେଇକୁ ଖସିଲା ୧୦୮ ଆମ୍ବୁଲାନ୍ସ

ଷଣ୍ଢକୁ ବଞ୍ଚାଇବାକୁ ଯାଇ ସଫେଇ କୁ ଖସିଲା ୧୦୮ ଆମ୍ବୁଲାନ୍ସ

ବାଲିପାଟଣା: ୨୮/୧୨: ରୋଗୀକୁ ନେଇ ଗଲାବେଳେ ସଫେଇ କୁ ଖସି ପଡ଼ିଲା ୧୦୮ ଆମ୍ବୁଲାନ୍ସ,ଚାଳକ ସହ ଆମ୍ବୁଲାନ୍ସ କର୍ମଚାରୀ ଆହତ।ସୂଚନା ମୁତାବକ ବାଲିପାଟଣା ଥାନା ଅନ୍ତର୍ଗତ ଚଣାହାଟ କୁଳନ୍ତିରା ମୌଜା ରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଆମ୍ବୁଲାନ୍ସ ଗାଡି ନଂ ଓଡି ୦୨ ବି ଏଚ ୪୯୭୮ ଶନିବାର ଭୋର ସମୟରେ ରୋଗୀକୁ ଆଣିବାକୁ ଗଲାବେଳେ ହଠାତ୍ ୧୦୮ ଆମ୍ବୁଲାନ୍ସ ଆଗକୁ ଏକ ଷଣ୍ଢ ପଶିଯିବାରୁ ତା’କୁ ଧକ୍କାରୁ ବଞ୍ଚାଇବାକୁ ଯାଇ ଚାଳକ ଗାଡ଼ିକୁ ଅନ୍ୟ ଦିଗରେ ନେଇଥିଲେ। ଫଳରେ ଗାଡ଼ି ଭାରସାମ୍ୟ ହରାଇ କଡ଼ରେ ପାଣିପୂର୍ଣ୍ଣ ଥିବା ଏକ ସଫେଇ କୁ ଖସି ପଡ଼ିଥିଲା ବୋଲି ଚାଳକ କହିଛନ୍ତି। ଫଳରେ ଆମ୍ବୁଲାନ୍ସ ଚାଳକ ଓ କର୍ମଚାରୀ ଆହତ ହୋଇଥିଲେ। ଖବର ପାଇ ଘଟଣା ସ୍ଥଳରେ ବାଲିପାଟଣା ପିସିଆର୍ ଓ ସ୍ଥାନୀୟ ଲୋକେ ପହଞ୍ଚି ଉଦ୍ଧାର କରିଥିଲେ।

Leave a Reply

Your email address will not be published. Required fields are marked *