ରଥଯାତ୍ରା ପରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ସମସ୍ତ ପଞ୍ଚାୟତରେ ଗ୍ରୀନ-ପାର୍କ ପ୍ରତିଷ୍ଠା ହେବ। ସୁକିନ୍ଦା-ଦାନଗଦୀର ୬ଟି ବୃହତ ପାର୍କରେ ସୋଲାର ପ୍ଲାଣ୍ଟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଛି।
-ଏନେଇ ଭୁବନେଶ୍ୱର ସ୍ଥିତ ଲୋକସେବା ଭବନ କାର୍ଯ୍ୟାଳୟରେ ମାନ୍ୟବର ମନ୍ତ୍ରୀ ପ୍ରିତିରଞ୍ଜନ ଘଡେଇଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି। ଅଗଷ୍ଟ ଶେଷ ସୁଦ୍ଧା ୪୮ଟି ପାର୍କର ନିର୍ମାଣ ଏବଂ ବୃକ୍ଷରୋପଣ କାର୍ଯ୍ୟ ସାରିବା ପାଇଁ DFO ଏବଂ ୩ ରେଞ୍ଜରଙ୍କ ଉପସ୍ଥିତିରେ ନିଷ୍ପତ୍ତି ହୋଇଛି।