ସହରାଞ୍ଚଳଗୁଡ଼ିକରେ ଅବ୍ୟବହୃତ କିମ୍ବା ପୋତି ହୋଇଯାଇଥିବା ଜଳାଶୟଗୁଡ଼ିକର ପୁନରୁଦ୍ଧାର କରାଯିବ। ଏହାକୁ ସ୍ୱଚ୍ଛ ଓ ନିର୍ମଳ କରାଯିବା ସହ ପାରିପାର୍ଶ୍ୱିକ ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ‘ଆମ ପୋଖରୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହା ଅଧୀନରେ ରାଜ୍ୟର ୧୧୫ଟି ପୌରାଞ୍ଚଳରେ ଥିବା ୨,୦୦୦ଟି ବୃହତ ଜଳାଶୟର ନବୀକରଣ କରାଯିବ।
ଜନସାଧାରଣଙ୍କ ଅବସର ବିନୋଦନ ପାଇଁ ପ୍ରାକୃତିକ ଉପାୟରେ, କମ୍ ଖର୍ଚ୍ଚରେ ଉନ୍ନତ ପରିବେଶ ସୃଷ୍ଟି କରିବା ଉପରେ ଏଥିରେ ଗୁରୁତ୍ଵ ଦିଆଯାଇଛି। ମିଶନ ଶକ୍ତିର ମା’ ଓ କଲେଜରୁ ପାସ୍ କରିଥିବା ଶିକ୍ଷିତ ଯୁବକଯୁବତୀମାନଙ୍କ ସହଭାଗିତାରେ ଏହାର ବିକାଶ କରାଯିବ।
ଯୋଜନାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ମା’ମାନଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ‘ମା’ମାନେ ହେଉଛନ୍ତି ଟିମ ୱାର୍କର ମଡେଲ। ଗାଁଠୁ ସହର ସବୁଆଡ଼େ ଭଲ କାମ କରୁଛନ୍ତି। ଏହି କାର୍ଯ୍ୟକ୍ରମକୁ ମଧ୍ୟ ସଫଳତାର ସହ କରିପାରିବେ। ‘ଆମ ପୋଖରୀ’ଗୁଡ଼ିକ ସହରାଞ୍ଚଳ ଜୀବନର ଏକ ମୌଳିକ ଅଂଶ ହେବା ସହିତ ଜନଜୀବନରେ ଗୁଣାତ୍ମକ ଉନ୍ନତି ଆଣିବା।