ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ଙ୍କୁ ଦେଲେ ଦାବି ପତ୍ର

 

ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିଅନ୍ତା ବ୍ଲକ ଅଧିନସ୍ଥ ଉମାଦେଇ ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ରଞ୍ଜନ କୁମାର ମହାପାତ୍ରଙ୍କ ନେତୃତ୍ବରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ବାଲିଅନ୍ତା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି. ଶ୍ରୀ ମହାପାତ୍ର କହିଛନ୍ତି ଯେ ଆମ ପଞ୍ଚାୟତଟି ବ୍ଲକ ହେଡ କ୍ୱାଟର ପଞ୍ଚାୟତ ହୋଇ ଥିଲେ ମଧ୍ଯ ସେଇଭଳି କିଛି ଆଖି ଦୃଶିଆ ଉନ୍ନତିକରଣ ହୋଇ ପାରି ନାହିଁ. ଏହି ପଞ୍ଚାୟତରେ ବିଶ୍ଵ ପ୍ରସିଦ୍ଧ ଚଉଷଠି ଯୋଗିନୀ ମନ୍ଦିର ଓ ସୁଦର୍ଶନ ଦାରୁ ପିଠ ଥିଲେ ମଧ୍ଯ ଉନ୍ନତି ହୋଇ ପାରି ନାହିଁ. ଦାବି ପତ୍ରରେ ମୁଖ୍ୟତଃ ଚଉଷଠି ଯୋଗିନୀ ମନ୍ଦିର ନିକଟରେ ଥିବା ପୁଷ୍କରିଣୀର ଉନ୍ନତି ହେବା ସହ ସେଠାରେ ଏକ ହସ୍ତଶିଳ୍ପ ବଜାର ନିର୍ମାଣ, ସୁଦର୍ଶନ ଦାରୁ ପିଠରେ ନିର୍ମାଣ ହେଉଥବା ଜଗନ୍ନାଥ ମନ୍ଦିର ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ ନିମନ୍ତେ ପଦକ୍ଷେପ, ଟଙ୍କପାଣି ବ୍ରିଜ ନିକଟରେ ଏକ ଐତିହ୍ୟ ତୋରଣ ନିର୍ମାଣ, ଟଙ୍କପାଣି ବ୍ରିଜ ଠାରୁ ଚଉଷଠି ଯୋଗିନୀ ମନ୍ଦିର ପର୍ଯ୍ୟନ୍ତ ରାସ୍ତା ଉଭୟପାର୍ଶ୍ବରେ ଆଲୋକୀକରଣ, ରାଜ୍ଯ ପର୍ଯ୍ଯଟନ ବିଭାଗ ପକ୍ଷରୁ ଚଉଷଠି ଯୋଗିନୀ ମନ୍ଦିର ଐତିହ୍ୟ ଗେଟ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲେ ମଧ୍ୟ ନିର୍ମାଣ ରେ ବିଳମ୍ବ, ଯଶୁଆପୁର ଠାରେ ଏକ ଐତିହ୍ୟ ତୋରଣ ନିର୍ମାଣ, ମା ଟଙ୍କପାଣି ମନ୍ଦିର ଏବଂ ନାଗପୁର ପ୍ରଧାନ ସାହିରେ ଥିବା ଜଗନ୍ନାଥ ମନ୍ଦିରର ଉନ୍ନତିକରଣ, ସୁଦର୍ଶନ ଦାରୁ ପିଠ ଠାରୁ ରାୟଗୁରୁ ବାସୁଦେଇପୁର ମିଶ୍ର ସାହି ଦେଇ ଯଶୁଆପୁର ରାସ୍ତା ଏବଂ ନାଗପୁର ପୁରୀ ମେନ କେନାଲ ପର୍ଯ୍ୟନ୍ତ ରାସ୍ତା ର ଉନ୍ନତିକରଣ ହେବା ପାଇଁ ଜଣାଇଛନ୍ତି. ଅନ୍ୟ ମାନଙ୍କ ମଧ୍ୟରେ ପଞ୍ଚାୟତର ହରେକୃଷ୍ଣ ମହାରଣା, ଲକ୍ଷ୍ମଣ ଜେନା ଓ ତରୁଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ. କିନ୍ତୁ ବ୍ଲକରେ ବିଡିଓ ନଥିବା ହେତୁ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଥିଲା.

Leave a Reply

Your email address will not be published. Required fields are marked *