ସିଦ୍ଧି ବିନାୟକ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଏକ ମିନି ମାରାଥନ ନେଇ ଆଜି ବାଲିଅନ୍ତାରେ ରାମଧୂନ ରଥର ଶୁଭାରମ୍ଭ ହୋଇଛି। ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ପୃଷ୍ଠପୋଷକ ତଥା ସମାଜସେବୀ ସତ୍ୟପ୍ରିୟ ବେହେରା ଆଜି ଏହାର ଶୁଭାରମ୍ଭ କରିଥିଲେ। ସ୍ଥାନୀୟ ଟଙ୍କପାଣି ବ୍ରିଜ ନିକଟସ୍ଥ ମହାତ୍ମା ପଦଯାତ୍ରା ସ୍ମାରକୀ ପୀଠରେ ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀ ବେହେରା ଜାତିର ପିତା ଗାନ୍ଧୀଙ୍କ ସମେତ ଅନ୍ୟ ୧୦ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସଜ୍ଜିତ ରାମଧୂନ ରଥ ଜୟଦେବ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତ ଅଭିମୁଖେ ପ୍ରଚାର ନେଇ ଗଡ଼ିଥିଲା। ଶ୍ରୀ ବେହେରା ପତ୍ତାକା ହଲ୍ଲାଇ ରଥର ଶୁଭାରମ୍ଭ କରିଥିଲେ। ଜୟଦେବ ନିର୍ବାଚନମଣ୍ଡଳୀର ୩୩ଟି ପଞ୍ଚାୟତର ବିଭିନ୍ନ ଗାଁ ଗଳି କନ୍ଦିରେ ପ୍ରଚାର ସାରିବା ପରେ ଗାନ୍ଧୀଜୟନ୍ତୀ ଦିନ ସକାଳେ ବାଳକାଟି ବଜାର ସ୍ଥିତ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କ ସ୍ମାରକୀ ପୀଠରେ ପହଞ୍ଚିବ। ବାଳକୃଷ୍ଣ ପୀଠରୁ ଗଡ଼ ଦୌଡ଼ ନିର୍ଦ୍ଧାରିତ ସମୟରେ ଗାନ୍ଧୀ ସ୍ମାରକୀ ପୀଠ ପର୍ଯ୍ୟନ୍ତ କରାଯିବ। ବିଜୟୀ ୫ ଜଣ ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ତରଫରୁ ପୁରସ୍କୃତ କରାଯିବ। ଏହି ପରିପ୍ରେୀକ୍ଷୀରେ ପ୍ରଥମ ପ୍ରତିଯୋଗୀଙ୍କୁ ୧୦ ହଜାର, ଦ୍ବିତୀୟ ୭, ୫୦୦, ତୃତୀୟ ୫ ହଜାର , ଚତୁର୍ଥ ୩ ହଜାର ଏବଂ ୫ମ ସ୍ଥାନ ହାସଲ କରିଥିବା ବିଜୟୀ ପ୍ରତିଯୋଗୀଙ୍କୁ ୨ ହଜାର ପୁରସ୍କାର ରାଶି ସହିତ ଉପଢୌକନ , ସାର୍ଟିଫିକେଟ ଶ୍ରୀ ବେହେରା ପ୍ରଦାନ କରିବେ। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ନିଶିକାନ୍ତ ପଣ୍ଡା ଓ ରୁଦ୍ର ପ୍ରସାଦ ଭଞ୍ଜଙ୍କ ସମେତ ବହୁ ଯୁବବର୍ଗ ସାମିଲ ଥିଲେ।