ଭୁବନେଶ୍ବର ଉପକଣ୍ଠ ସୁଦର୍ଶନଦାରୁ ପୀଠ ଠାରେ ରଥଯାତ୍ରା ଅନୁଷ୍ଠିତ

ଭୁବନେଶ୍ବର ଉପକଣ୍ଠ ହିରାପୁର- ଗଡ଼ କଣ୍ଟୁଣିଆର ସୁଦର୍ଶନଙ୍କ ଦାରୁ ପୀଠ ଠାରେ ୬ଷ୍ଟ ବାର୍ଷିକ ରଥଯାତ୍ରା ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଅଛି। ପ୍ରାତଃରୁ ମଇଲମ, ଅବକାଶ, ବାଳଧୂପ ଓ ସଂଖୁଡ଼ି ଭୋଗ ଅର୍ପଣ ପରେ ମଧ୍ୟାନରେ ବିଗ୍ରହମାନଙ୍କୁ ରଥରେ ପହଣ୍ଡି ବିଜେ କରା ଯାଇଥିଲା। ମନ୍ଦିର ପରିଚାଳନା କମିଟିର ମୂରବୀ ନବକିଶୋର ନାୟକ ଛେରା ପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ। ଅପରାହ୍ନ ୪ଟା ୩୦ମି ସମୟରେ ରଥ ଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା। ସ୍ଥାନୀୟ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଭକ୍ତମାନେ ଆଜିର ଏହି ପବିତ୍ର ରଥ ଯାତ୍ରାରେ ରଥକୁ ଟାଣି ବାଳକାଟିର ଆରାଧ୍ୟା ଦେବୀ ମା ଭଗବତୀଙ୍କ ପୀଠକୁ (ମାଉସୀ ମା’ଙ୍କ ମନ୍ଦିର) ନେଇ ଆସିଥିଲେ। ରଥୀଜମା ଗ୍ରାମର ପ୍ରସିଦ୍ଧ ଘଣ୍ଟୁଆ ଓ ସଂକୀର୍ତ୍ତନ ମଣ୍ଡଳୀ ରଥର ଆଗରେ ସେମାନଙ୍କର କଳାନୈପୁଣ୍ୟକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପରିବେଷଣ କରିଥିଲେ। ପରିଚାଳନା କମିଟିର ସଭାପତି ରଣଜିତ୍ ସାହୁ, ଅଶୋକ କୁମାର ସାହୁ, ଚକ୍ରଧର ନାୟକ, ଅଶୋକ ଜେନା, ସମାଜସେବୀ ରଞ୍ଜନ କୁମାର ମହାପାତ୍ର ଓ ଦିନବନ୍ଧୁ ଭୋଇ ପ୍ରମୁଖଙ୍କ ସମେତ ବହୁ ସ୍ୱେଚ୍ଛା ସେବୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *