ଭୁବନେଶ୍ୱରକୁ ନୂତନ ଜିଲ୍ଲା ଘୋଷଣା ଦାବିନେଇ “ଭୁବନେଶ୍ୱର ଜିଲ୍ଲା ଆନ୍ଦୋଳନ ସମିତି” ତରଫରୁ ଆଜି ଜୟଦେବ ନିର୍ବାଚନ ମଣ୍ଡଳୀ ପୂରଣପଧାନ ପଞ୍ଚାୟତ ସଭାକକ୍ଷରେ ୨ୟ ବୈଠକ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରିଷ୍ଠ ସାମ୍ବାଦିକ ସର୍ବଶ୍ରୀ ପ୍ରସନ୍ନ ମହାନ୍ତି, ଦିଲ୍ଲୀପ କୁମାର ଓଝା,ନିର୍ବାଚନ ମଣ୍ଡଳୀର ଅନେକ ନୂତନ,ପୂରାତନ ସରପଞ୍ଚ, ସମିତି ସଭ୍ୟ, ଶିକ୍ଷାବିତ ଓ ଅନେକ ବୁଦ୍ଧିଜୀବୀ ଯୋଗଦେଇଥିଲେ । ଆଗାମୀ ଦିନରେ ଏହି ଦାବିକୁ ବ୍ୟାପକ ପ୍ରଚାର, ପ୍ରସାରଣ ପାଇଁ ସମ୍ବାଦପତ୍ର, ଦସ୍ତଖତ ଅଭିଯାନ ଓ ବ୍ୟାନର,ପୋଷ୍ଟର ମାଧ୍ୟମରେ ଜନମାନସରେ ଜାଗରଣ ସୃଷ୍ଟି ପାଇଁ ନିଷ୍ପତ୍ତି ନିଆଗଲା ।