ବିନମ୍ରତା ତ୍ରିପାଠୀ ହେଲେ ରଜର ରାଣୀ

ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଅଧୀନ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଚଉଷଠି ଯୋଗିନୀ ମନ୍ଦିର ନିକଟରେ ଦ୍ବିତୀୟ ରଜ ମହୋତ୍ସବ ୨୦୨୩ ଉଦଯାପିତ ହୋଇଯାଇଛି. ଏବର୍ଷର ରଜର ରାଣୀ ବିନମ୍ରତା ତ୍ରିପାଠୀ ଭାବେ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି. ତାଙ୍କୁ ୬୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥଲା.  ଅନୁଷ୍ଠାନର ଦୀନବନ୍ଧୁ ଭୋଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଜୟଦେବର ବିଧାୟକ ଡ଼ ଅରବିନ୍ଦ ଢାଲି ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ଜଟଣୀର ବିଧାୟକ ସୁରେଶ କୁମାର ରାଉତରାୟ, ଶିକ୍ଷାବିତ ବିଧୁ ଭୂଷଣ ପଟ୍ଟନାୟକ, ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ.

Leave a Reply

Your email address will not be published. Required fields are marked *