ବାପା ରକ୍ତ କର୍କଟ ରେ ଯିବା ପରେ , ଦୁଇ ଝିଅ ମଧ୍ୟ ରକ୍ତ କର୍କଟ ରେ ଆକ୍ରାନ୍ତ
ଚିକିତ୍ସା ରେ ଅର୍ଥ ସାଜିଛି ବାଧକ
ସାହାଯ୍ୟ ପାଇଁ ଆଗେଇ ଆସିଛି “ବର୍ଣ୍ଣ ଟୁ ହେଲ୍ପ ଅଲ୍”ସଂଗଠନ
ବାଲିପାଟଣା,୬/୪(ଶାନ୍ତିସ୍ତୁପ ବ୍ୟୁରୋ)ବହୁ ପୁରାତନ କାଳରୁ ଚାଲି ଆସୁଛି କି ଯେତେବେଳେ ବାପା,ମାଆ ତା’ର ପିଲାଟିକୁ ଛୋଟରୁ ବଡ଼ ହେବାର ଦେଖନ୍ତି ସେତେବେଳେ ତା’ର ବାପା,ମାଆ ବହୁତ ଖୁସୀ ହୁଅନ୍ତି। ହଁ ଖୁସୀ ହେବେନି ବା କିପରି ତାଙ୍କରି ପୁଅ ବା ଝିଅ ଯେତେବେଳେ ବଡହୋଇ ଭଲପାଠ ପଢ଼ି ଚାକିରୀ ଟିଏ କରିବ ସେତେବେଳେ ବାପା, ମାଆ ଙ୍କର ଏକ ପ୍ରକାର ର ଦୁଃଖ ସରିବ ବୋଲି ପ୍ରାୟତଃ ଭାବିଥାନ୍ତି। ଲାଗିପଡ଼ିଥାନ୍ତି ପିଲାଟିର ଉଜ୍ବଳ ଭବିଷ୍ୟତ କାମନା ପାଇଁ। କିନ୍ତୁ ଯେତେବେଳେ ପିଲାର ଜୀବନ ଆକାଶରେ କଳା ବାଦଲ ଢାଙ୍କି ଦିଏ ସେତେବେଳେ ବାପା ମା ଙ୍କ ପାଦ ତଳୁ ମାଟି ଖସିଯାଏ। ଏପରି ଏକ ଦୁଃଖଦ ଘଟଣା ଘଟିଛି ଯାହାକୁ ଆପଣ ଜାଣିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ। ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଲକ୍ ଅନ୍ତର୍ଗତ ସଠିିଲୋ ଗ୍ରାମର ଜୟନ୍ତ କୁମାର ତ୍ରିପାଠୀ ଜଣେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ। ସେ ତାଙ୍କର ସଚ୍ଚୋଟତା ପାଇଁ ବେଶ ଜଣାଶୁଣା ଥିଲେ। କିନ୍ତୁ ତାଙ୍କର ଶାରୀରିକ ଅସୁସ୍ଥତା ହେତୁ ସେ ଚାକିରୀ କ୍ଷେତ୍ରରୁ ଆଗରୁ ଭିଆରଏସ ନେଇଥିଲେ। ତାଙ୍କର ପୁଅ ଏକମାତ୍ର ପୁଅ ତାଙ୍କର ସନ୍ତୋଷ ସେ ବାଲିପାଟଣା ବଜାରରେ ଏକ ମୋବାଇଲ ଦୋକାନ ଟିଏ କରିଥିଲେ। ସନ୍ତୋଷ ଙ୍କ ବାପା ସନ୍ତୋଷ ଙ୍କର ବିବାହ ମଧ୍ୟ କରିଦେଇଥିଲେ। ସନ୍ତୋଷ ଙ୍କର ଦୁଇଟି ଝିଅ ଯାଜ୍ଞସେନୀ (୧୬) ଓ ବିଘ୍ନସେନୀ (୧୨)ବହୁତ ଖୁସି ବାସିରେ ଚାଲିଥିଲା ପରିବାର ହେଲେ କାହାର ନଜର ଲାଗିଲା କେଜାଣି ସବୁକିଛି ଛାରଖାର ହେଇଗଲା। ଘରର ମେରୁଦଣ୍ଡ ଯିଏ ଥିଲେ ଜୟନ୍ତ କୁମାର ତ୍ରିପାଠୀ ୨୮ ନଭେମ୍ବର ୨୦୨୧ ରେ ହଠାତ୍ ହୃଦ୍ଘାଘାତ ରେ ପୀଡ଼ିତ ହୋଇ କିଛିଦିନ ମେଡ଼ିକାଲରେ ରହିବା ପରେ ତାଙ୍କର ପରଲୋକ ହୋଇଗଲା। ଏତେବଡ଼ ଦୁଃଖ ଗଲାପରେ ପରିବାର ଟିକେ ମୁଣ୍ଡ ଟେକିଲା ବେଳକୁ ପୁଣି ତାର ଠିକ୍ ବର୍ଷକ ପରେ ଡିସେମ୍ବର ୮ତାରିଖ ୨୦୨୨ ରେ ଏକ ଘରୋଇ ହସ୍ପିଟାଲରେ ରକ୍ତ କର୍କଟ ରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ସନ୍ତୋଷ ମଧ୍ୟ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ୧ବର୍ଷ ବ୍ୟବଧ୍ୟାନ ରେ ପରିବାର ର ୨ଜଣ ମେରୁଦଣ୍ଡ ଗଲା ପରେ ପୁରୁଷ ଶୂନ୍ୟ ହୋଇଗଲା ପରିବାର। ଏବେ ପରିବାର କହିଲେ ଦୁଇ ନାତୁଣୀ ଓ ଶାଶୂ, ବୋହୂ ଏତିକି ରେ ପରିବାର ର ଦୁଃଖ ମଧ୍ୟ ସରିନାହିଁ। ଏହାର ପୁଣି ବର୍ଷେ ପରେ ଅର୍ଥାତ୍ ୨୦୨୩ ରେ ସ୍ୱର୍ଗତ ସନ୍ତୋଷ ଙ୍କ ବଡ଼ଝିଅ ଯାଜ୍ଞସେନୀ +୨ରେ ଅଧ୍ୟୟନ କରୁଥିବା ବେଳେ ଯାଜ୍ଞସେନୀ ର ଶରୀରରେ ପାଣି ଜମିବା ଆରମ୍ଭ ହେଲା ଡାକ୍ତରୀ ପରୀକ୍ଷା ପରେ ଜଣା ପଡିଲା ଯେ, ବାପା ସନ୍ତୋଷ ଙ୍କ ପରି ଝିଅ ଯାଜ୍ଞସେନୀ ମଧ୍ୟ ରକ୍ତ କର୍କଟ ରେ ଆକ୍ରାନ୍ତ। ଚିକିତ୍ସା ଆରମ୍ଭ ହେଲା ଚିକିତ୍ସା ର ସମସ୍ତ ଦାୟିତ୍ବ ବହନକଲା ଓଡ଼ିଶାର ଜଣାଶୁଣା ସେବା ଅନୁଷ୍ଠାନ (ବର୍ଣ୍ଣ ଟୁ ହେଲ୍ପ ଅଲ) ଏହାର ପ୍ରତିଷ୍ଠାତା ପପକ୍ ରଞ୍ଜନ ବାରିକଙ୍କ ତତ୍ତ୍ଵାବଧାନରେ ଓ ବିଏସକେୱାଇ କାର୍ଡରେ ମଧ୍ୟ ମାସାଧିକ ଏକ ନାମୀଦାମୀ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଲା। ବିଏସକେୱାଇ କାର୍ଡରୁ ୫ଲକ୍ଷ ଟଙ୍କା ପ୍ରାୟ ସରିଆସିଲାଣି। ତା ସହିତ ଅନ୍ୟାନ୍ୟ ଅର୍ଥ ପରିବାର ରଖୁଥିବା ସଞ୍ଚିତ ଅର୍ଥ ଓ (ବର୍ଣ୍ଣ ଟୁ ହେଲ୍ପ ଅଲ୍) ର ମିଳିତ ଉଦ୍ୟମରେ ୨ଲକ୍ଷ ଟଙ୍କା ହେଇଛି। ତଥାପି ଦଇବ ର ଏଇ ଦୁଃଖୀ ପରିବାର କୁ ଦୁଃଖ ଦେବା ବନ୍ଦକରିନି। ଦୁଃଖ ପରେ ଦୁଃଖ ଦେଇ ଚାଲିଛି। ଏଇ ତିନିଦିନ ତଳେ ସାନଝିଅ ବିଘ୍ନସେନୀ(୧୨)ହଠାତ୍ ଅସୁସ୍ଥ ହୋଇପଡିବାରୁ। ତାଙ୍କର ସବୁ ଡାକ୍ତରୀ ପରୀକ୍ଷା କରାଗଲା। ପରୀକ୍ଷା ରୁ ଜଣା ପଡିଲା ପୁଣି ସେଇ ଅଶୁଭ ଖବର ସାନଝିଅ ବି ରକ୍ତ କର୍କଟ ରେ ଆକ୍ରାନ୍ତ। ଡାକ୍ତର କହିଛନ୍ତି ଯେ, ଯଦି ସମୟରେ ଚିକିତ୍ସା କରାଯାଏ ତେବେ ଭଲ ହେଇଯିବେ ଏଇ ଦୁଇପଦ କଥା ଏବେ ସମସ୍ତଙ୍କୁ ଟିକେ ଆସ୍ୱସନା ଦେଇଛି। ଏବେ ପରିବାର ଦୁଇ ଝିଅ ଙ୍କ ପାଇଁ ଅର୍ଥ ସାଜିଛି ବାଧକ। ଏହାରି ଭିତରେ ପ୍ରଥମରୁ ସମସ୍ତ ଭାର ବହନ କରିଥିବା ଓଡ଼ିଶାର ଲୋକପ୍ରିୟ ସଂଗଠନ (ବର୍ଣ୍ଣ ଟୁ ହେଲ୍ପ ଅଲ୍) ସଂଗଠନ ର ସଦସ୍ୟ ମାନେ ଆଗେଇ ଆସିଛନ୍ତି ୨ଝିଅ ଙ୍କୁ ସାହାଯ୍ୟ ପାଇଁ। ଗାଁ ରୁ ଗାଁ ବୁଲିକରି ଭିକ୍ଷାକରି କିପରି ଚିକିତ୍ସା ହେଇପାରିବେ ଦିନରାତି କୁ ଏକ କରି ଲାଗିପଡିଛନ୍ତି। ସତରେ କେତେ ହୃଦୟ ବିଦାରକ ଏଇ ଘଟଣା। ଏଇ ଘଟଣା ଜାଣିବା ପରେ ଆମ ଆଖିରେ ମଧ୍ୟ ଲୁହ ଆସି ଯାଉଛି।(ବର୍ଣ୍ଣ ଟୁ ହେଲ୍ପ ଅଲ୍) ପକ୍ଷରୁ ଅନୁରୋଧ କରାଯାଇଛି ସାହଯ୍ୟ ପାଇଁ। ଯଦି କୌଣସି ସଂଗଠନ କି କୌଣସି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ସନ୍ତୋଷଙ୍କ ପତ୍ନୀ ଜାହ୍ନବୀ ତ୍ରିପାଠୀଙ୍କ ଆକାଉଣ୍ଟ ରେ ସିଧାସଳଖ ସହଯୋଗ ରାଶି ପଠାଇ ପାରିବେ।ଟଙ୍କା ପଠାଇବା ପାଇଁ ବାଲିପାଟଣା ଏସବିଆଇ ଶାଖା, ଆକାଉଣ୍ଟ ନମ୍ବର,୩୩୯୪୬୮୫୬୪୭୩, ଆଇଏଫଏସସି କୋର୍ଡ,SBIN0013596 , ମାଧ୍ୟମରେ ସାହାଯ୍ୟ କରିପାରିବେ।