ପ୍ରତାପଶାସନ ସମବାୟ ସମିତି ପକ୍ଷରୁ ଧାନମଣ୍ଡିର ଶୁଭାରମ୍ଭ ବାଳକାଟି, ୧୧|୧():ପ୍ରତାପଶାସନ ସେବା ସମବାୟ ସମିତି ପକ୍ଷରୁ ଆଜି ଚଳିତ ଖରିଫ ଋତୁ ଧାନମଣ୍ଡିର ଶୁଭାରମ୍ଭ ହୋଇଯାଇଛି l ସମବାୟ ସମ୍ପାଦକ ମୋନିକା ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମିତିର ସଭାପତି ନଳିନୀକାନ୍ତ ମହାପାତ୍ର, ଉପସଭାପତି ରଶ୍ମିତା ମଞ୍ଜରୀ ରାୟ, ସହକାରୀ ଉପନିବନ୍ଧକ, ଭୁବନେଶ୍ୱର ଅମୀୟ କୁମାର ଖୁଣ୍ଟିଆ, ସମିତିସଭ୍ୟ ଗଙ୍ଗାଧର ମାହାରୀ, ନୋଡାଲ ଅଫିସର ତଥା ପ୍ରତାପଶାସନ ରାଜସ୍ବ ନିରୀକ୍ଷକ ସୁଜିତ କୁମାର ବେହେରା, ଗ୍ରାମ୍ୟ କୃଷି କର୍ମଚାରୀ ତୋଫାନ ପ୍ରଧାନ, ଚାଷୀକମିଟିର ସଭ୍ୟ ବେଣୁଧର ଭୋଇ, ରବିନ୍ଦ୍ର ବାରିକ, ଉମାଦେଇବ୍ରହ୍ମପୁର ପଞ୍ଚାୟତ ସମିତିସଭ୍ୟ ରଞ୍ଜନ କୁମାର ମହାପାତ୍ର, ସରପଞ୍ଚ ରମାଲତା ନାୟକ, ଶ୍ରୀନିବାସ ସାହୁ ପ୍ରମୁଖ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ l ଆଜି ପ୍ରଥମ ପର୍ଯ୍ୟାୟରେ ମୋଟ ୯ ଜଣ ଚାଷୀଙ୍କ ଠାରୁ ୪୫0 କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଥିବା ବେଳେ ଭୁବନେଶ୍ୱର ପାତ୍ରପଡା ସ୍ଥିତ ରାମେଶ୍ୱର ରାଇସମିଲ ଧାନ କିଣିଥିଲା l ସେହିପରି ଝିଣ୍ଟିଶାସନ ସେବା ସମବାୟ ସମିତି ପକ୍ଷରୁ ମଧ୍ୟ ଧାନମଣ୍ଡିର ଶୁଭାରମ୍ଭ ହୋଇଯାଇଛି l ସମ୍ପାଦକ ଭାଗ୍ୟଧର ମହାନ୍ତି ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମବାୟ ସଭାପତି ବିଜୟ କୁମାର ନାୟକ, ସ୍ଥାନୀୟ ସରପଞ୍ଚ ଅଜିତ ପାତ୍ର, ପୁରୋହିତପୁର ସରପଞ୍ଚ ଭଗବାନ ବେହେରା, ନୋଡାଲ ଅଫିସର ତଥା ଝିଣ୍ଟିଶାସନ ରାଜସ୍ବ ନିରୀକ୍ଷକ ସାରଦା ପତି, ଗ୍ରାମ୍ୟ କୃଷି କର୍ମଚାରୀ ସୁଶାନ୍ତ କୁମାର ସାହୁ ପ୍ରମୁଖ ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ l ଏଥିରେ ପ୍ରଥମ ପର୍ଯ୍ୟାୟରେ ମୋଟ ୧୧ ଜଣ ଚାଷୀଙ୍କ ଠାରୁ ୫00 କୁଇଣ୍ଟାଲ ଧାନ ସଂଗ୍ରହ ହୋଇଥିବା ବେଳେ ସାନ୍ତୋଲିଆ ରାଇସ ମିଲ ଏହି ଧାନ କିଣିଥିଲା l ଅଦିନିଆ ବର୍ଷାରେ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଚାଷୀଙ୍କ ଠାରୁ ସବୁ ଧାନ କିଣାଯାଇଥିଲା l