ଭୁବନେଶ୍ୱର : ବିଜେଡ଼ି ନେତା ଭିକେ ପାଣ୍ଡିଆନ୍ଙ୍କ ବିରୋଧରେ ଇଡ଼ିରେ ଅଭିଯୋଗ ହୋଇଛି । ଦିଲ୍ଲୀସ୍ଥିତ ଇଡ଼ି ମୁଖ୍ୟ କାର୍ଯ୍ୟାଳୟରେ ଏହି ଅଭିଯୋଗ କରାଯାଇଛି । ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ଅଭିଯୋଗ ହୋଇଛି । ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି ପଣ୍ଡିଆନ୍ କ୍ଷମତାର ଅପବ୍ୟବହାର କରି ଓଡ଼ିଶାର ଶାସନ ବ୍ୟବସ୍ଥାକୁ କବଜା କରି ବ୍ୟାପକ ଦୁର୍ନୀତି କରିଛନ୍ତି । ଖଣି , ନଗର ଉନ୍ନୟନ , ଅବକାରୀ , ରାଜସ୍ଵ ତଥା ଅନେକ ବିଭାଗରେ ସେ ତାଙ୍କ ସହଯୋଗୀଙ୍କ ସହ ବ୍ୟାପକ ଅର୍ଥ ଦୁର୍ନୀତି କରିଛନ୍ତି କେବଳ ସେତିକି ନୁହେଁ କୋଟି କୋଟି ଲୋକଙ୍କ ଆସୁର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ କରିଛନ୍ତି । ଅର୍ପଣ ରଥ ଆଳରେ ମହାପ୍ରଭୁଙ୍କୁ ବୁଲାଇ ଭିକ ପାର୍ସିଆନ ମଗାଇଥିବା ସେ କହିଛନ୍ତି । ଏହାର ଯିଏ ପ୍ରତିବାଦ କଲା ତାକୁ ମିଛ ମାମଲାରେ ହଇରାଣ କରାଯାଇଥିଲା । ତେବେ ମହାପ୍ରଭୁ କାହାରି ଗର୍ବ ରଖ୍ ନାହାନ୍ତି । ପାଣ୍ଡିଆନଙ୍କୁ ମହାପ୍ରଭୁ କ୍ଷମତାଚ୍ୟୁତ କରିଛନ୍ତି । ତେବେ ସେ ଯେଭଳି ଅପରାଧ କରିଛନ୍ତି ତାହା କ୍ଷମା ଯୋଗ୍ୟ ନୁହେଁ ବୋଲି ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି । ଓଡ଼ିଶାରେ ବେଆଇନ ଭାବେ ଶାସନ କଳକୁ କବଜା କରିବା , ବ୍ୟାପକ ଦୁର୍ନୀତି କରିବା , ମହାପ୍ରଭୁଙ୍କୁ ଅପମାନ କରିଥିବା ଆଦି ଅଭିଯୋଗରେ ଇଡି ପାଣ୍ଡିଆନଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଜଗନ୍ନାଥ୍ ସେନା ଦାବି କରିଛି ।