ଦ୍ୱିତୀୟ ମା’ ଭୁବାସିନୀ ମହୋତ୍ସବ -୨୦୨୫ଉଦଯାପିତ

ଦ୍ୱିତୀୟ ମା’ ଭୁବାସିନୀ ମହୋତ୍ସବ -୨୦୨୫ଉଦଯାପିତ

ବାଲିପାଟଣା,(ଶାନ୍ତିସ୍ତୁପ ବ୍ୟୁରୋ)କୁଳନ୍ତିରା ବାଗିଲ ଗ୍ରାମବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଓ ମା’ ଭୁବାସିନୀ ଚାରିଟେବୁଲ୍ ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କ ସହାୟତାରେ ଆଜି ୨ୟ ମା’ ଭୁବାସୀନି ମହୋତ୍ସବ-୨୦୨୫ ଉଦଯାପିତ ହୋଇଯାଇଛି। ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ଭୁବାସିନୀ ଙ୍କ ଅପାର ମହିମା, କିମ୍ବଦନ୍ତୀକୁ ଉଜ୍ଜୀବିତ କରି ରଖିବା ସହ ମା’ ଙ୍କ ପୀଠର ପ୍ରଚାର ପ୍ରସାର ନିମନ୍ତେ ୨ଦିନ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ସିଦ୍ଧି ବିନାୟକ ଚାରିଟେବୁଲ୍ ଟ୍ରଷ୍ଟ ର ଅଧକ୍ଷ ସତ୍ୟପ୍ରିୟ ବେହେରା ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ପ୍ରୀତିପ୍ରତିଭା ଭୋଳ, ସମ୍ମାନିତ ଅତିଥି ଭାବେ ବିଦୁସ୍ମିତା ମନ୍ତ୍ରୀ,ପ୍ରତିଭା ପଣ୍ଡା, ଭୂପତି ତ୍ରିପାଠୀ, ଟ୍ରଷ୍ଟ ସଭାପତି ପ୍ରୀୟଞ୍ଜନ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।ଉଦ୍ଘାଟନୀ ସନ୍ଧ୍ୟାରେ ଗ୍ରାମର କୁନି କୁନି ନୃତ୍ୟଶିଳ୍ପୀ ଙ୍କ ଦ୍ଵାରା ନୃତ୍ୟ ପରିବେଷଣ କରାଯିବା ସହ ମେଲୋଡି କାର୍ଯ୍ୟକ୍ରମ କରାଯାଇଥିଲା। ସେହିପରି ୨ୟ ଦିବସରେ ମୁଖ୍ୟ ଅତିଥି ଭାବେ ବାଲିପାଟଣା ଥାନା ଅତିରିକ୍ତ ଆରକ୍ଷୀ ନିରୀକ୍ଷକ ରାକେଶ କୁମାର ସାମଲ ଯୋଗଦେଇଥିବା ବେଳେ,ମୁଖ୍ୟ ବକ୍ତା ଭାବେ ରାଜଧାନୀ ପୁସ୍ତକ ମେଳାର ସମ୍ପାଦକ ବିଦୁଭୂଷଣ ପଟ୍ଟନାୟକ ,ସମ୍ମାନିତ ଅତିଥି ଭାବେ ଉମାଦେଇପୂର ସମିତି ସଭ୍ୟ ରଞ୍ଜନ କୁମାର ମହାପାତ୍ର,ମା ଭୁ ବାସିନୀ ଚାରି ଟେବୁଲ୍ ଟ୍ରଷ୍ଟ ର ସଭାପତି ପ୍ରୀୟଞ୍ଜନ ସ୍ୱାଇଁ ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭୋଇ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ଙ୍କୁ ମୋ ଗାଁ ମୋ ସମ୍ମାନ ରେ ସମ୍ମାନିତ କରାଯାଇଥିଲା। ଭକ୍ତି ସୁଦ୍ଧା ଭଜନ ସନ୍ଧ୍ୟା ଗ୍ରୁପ୍ ଦ୍ଵାରା ଭଜନ ପରିବେଷଣ କରାଯାଇ ଥିବା ବେଳେ ସମ୍ବଲପୁର ନୃତ୍ୟ ଓ ରାଜୁ ସାହୁ କମେଡି ଦର୍ଶକ କୁବେସ ଆକୃଷ୍ଟ କରିଥିଲା। ଶିଶୁ ଅନନ୍ତ ପ୍ରେସ କ୍ଲବ ସଭାପତି ବିଦ୍ୟାଭୂଷଣ ଭୋଳ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯୁବ ସାମ୍ବାଦିକ ଆଶୁତୋଷ ଚୌଧୁରୀ ମଞ୍ଚ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଲୋକ ରଂଜନ ଭୋଳ, ଚନ୍ଦ୍ରନାରାୟଣ ଭୋଳ, ପ୍ରଶାନ୍ତ ଭୋଳ,ବିଶ୍ବରଂଜନଭୋଳ,ରମାକାନ୍ତଭୋଳ,ଜ୍ୟୋତିପ୍ରକାଶଭୋଳ,ସୋମ୍ୟରଞ୍ଜନ ଭୋଳ,ବିଶ୍ୱଜିତ୍ ଭୋଳ,ପ୍ରଳୟ କୁମାର ଭୋଳ, ସୁଶାନ୍ତ ଭୋଳ,ଶଙ୍କର ଭୋଳ,ପ୍ରଦୀପ ଭୋଳ,ଜୀବନ ଜ୍ୟୋତି ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *