ଅଦିନିଆ ବର୍ଷା ସାଜିଲା ଦାଉ
ଚାଷୀର ବର୍ଷକ ର ପରିଶ୍ରମ ପାଣିରେ ଭାସୁଛି
ବାଲିପାଟଣା : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଦୁଇଦିନ ହେଲାଣି ଜାରି ରହିଥିଲା ଲଘୁଚାପ ଜନିତ ଲଗାଣ ବର୍ଷା ଯାହା ଫଳରେ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଛି ଧାନ ଫସଲ। ଏଥିରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲିପାଟଣା ବ୍ଲକ୍ ମଧ୍ୟ ବାଦ ପଡ଼ିନାହିଁ। ବର୍ଷା କମିଛି ସତ ହେଲେ ଚାଷୀର ଦୁଃଖ ବଢ଼ି ଯାଇଛି। ବର୍ଷକ ର ପରିଶ୍ରମ ଏବେ ବର୍ଷା ପାଣିରେ ବିଲରେ ଭାସୁଛି। ଚାଷୀ ତାର ପରିଶ୍ରମ ସହ ଆଣ୍ଠୁଏ ପାଣି ଜମି ରହିବା ସହିତ ଠିଆ ହୋଇ ରହିଥିବା ଧାନ ଫସଲ ସବୁ ଶୋଇଯାଇଛି ଓ କଟା ଧାନ ପାଣିରେ ଭାସୁଛି । ହିଡ ଉପରେ ଧାନ ବିଡ଼ାକୁ ସବୁ ଗଦା ମାରି ରଖିଥିଲା କିନ୍ତୁ ଏ ଲଗାଣ ବର୍ଷା ତାକୁ ବି ନଷ୍ଟ କରିଦେଲା। ଏଥିସହିତ ଏବେ ପନିପରିବା ଚାଷର ସମୟ ତାହାବି ବ୍ୟାପକ ପ୍ରଭାବିତ ହୋଇଛି । ଏବେ ତ ବଜାରରେ ପନିପରିବା ଦର ଏମିତି ରହିଚି କି ୫୦୦ ଟଙ୍କାରେ ବି ବ୍ୟାଗ୍ ପୁରୁନାହିଁ । ତେବେ ଚାଷୀ ଯେଉଁ ପରିବା ଚାଷ କରିଥିଲା ଯାହା ଜଣା ପଡୁଥିଲା କି ପରିବା ମୂଲ୍ୟ ଟିକେ ହ୍ରାସ ପାଇବ । କିନ୍ତୁ ଅଦିନିଆ ବର୍ଷା ମଧ୍ୟ ପରିବା ଚାଷକୁ ପୁରା ପୁରି ଭାବରେ ଉଜାଡ଼ି ଦେଲା । କୋବି , ବାଇଗଣ , ଟମାଟୋ , ବିନ୍ , କାକୁଡ଼ି ଆଦି ଫସଲରେ ପାଣି ପଶି ଯିବାରୁ ତାହା ମଧ୍ୟ ପଚି ସଢି ଯିବାର ଆଶଙ୍କା ସୃଷ୍ଟି ହୋଇଛି । ପରିବା ଫସଲ ଠାରୁ ଆରମ୍ଭ କରି ଧାନ ଫସଲ ପର୍ଯ୍ୟନ୍ତ ବିଲରେ ଆଣ୍ଠୁଏ ଆଣ୍ଠୁଏ ପାଣି ଠିଆ ହୋଇଛି । ଯାହାକି ଚାଷୀ କୂଳର ସମ୍ପୂର୍ଣ୍ଣ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ଧାର , କରଜ କରି ଚାଷୀ ତା’ର ଫସଲ କରିଥିଲା ହେଲେ ଦଇବ ସାଜିଲା ଦାଉ। ଏହି ଅଦିନିଆ ବର୍ଷାରେ ଚାଷୀକୁଳର କ୍ଷୟକ୍ଷତିକୁ ଆକଳନ କରି ରାଜ୍ୟ ସରକାର ସାହାଯ୍ୟ ସହଯୋଗର ହାତ ବଢାଇବା ପାଇଁ ଚାଷୀକୂଳ ଦାବି କରୁଛି ।