ଚାଲୁ ସୁନାର ପେଣ୍ଠସ୍ଥଳୀ ପାଲଟିଛି ବାଲିପାଟଣା

ଚାଲୁ ସୁନାର ପେଣ୍ଠସ୍ଥଳୀ ପାଲଟିଛି ବାଲିପାଟଣା

କୋଟି କୋଟି ଟଙ୍କାର ଟିକସ ଫାଙ୍କୁଛନ୍ତି ଅସାଧୁ ବ୍ୟବସାୟୀ

ପ୍ରଶାସନର ଏଥିପ୍ରତି ନିଘାନାହିଁ।

ବାଲିପାଟଣା,୬/୪(ଶାନ୍ତିସ୍ତୁପ)ପ୍ରାୟତଃ ପ୍ରତ୍ୟେକ ଦିନ ଖବର କାଗଜ, ଟିଭି, ରେଡ଼ିଓ ଇତ୍ୟାଦି ରେ ବିଜ୍ଞାପନ ବାହାରୁଛି ବିଭିନ୍ନ ଘରୋଇ ସୁନା ଶୋରୁମ୍ ମାନଙ୍କର ସେଥିରେ ଗ୍ରାହକ ମାନଙ୍କ ପାଇଁ ଅଫର୍ ମଧ୍ୟ ରହୁଛି। ଯାହାକି ଗ୍ରାହକ ମାନଙ୍କୁ ଆକୃଷ୍ଟ କରୁଛି ଅଧିକ ରୁ ଅଧିକ ସୁନା କ୍ରୟ କରିବାପାଇଁ। ହେଲେ ଆପଣ କେବେ ଭାବିଛନ୍ତି କି ? ଆପଣ ଯୋଉ ସୁନା କିଣୁଛନ୍ତି ସିଏ ହଲମାର୍କ ସୁନା ନାଁ ଆଉ କିଛି.? ଆପଣ ଅସଲି ପଇସା ଦେଇ ନକଲି ସୁନା କିଣୁନାହାଁନ୍ତି ତ.?ଆପଣ ଠକାମୀର ଶିକାର ହେଉ ନାହାଁନ୍ତି ତ.? ଏମିତି ତମାମ ପ୍ରଶ୍ନ ମନରେ ଆସୁଥିବ ଆସିବା ବି ସ୍ଵାଭାବିକ କାରଣ ଆଜିକାଲି ଅସମ୍ଭବ ନୁହେଁ। ଆମେ ଏପରି କହିବାର ଉଦେଶ୍ୟ ଏପରି ଅନେକ ଅଭିଯୋଗ ମଧ୍ୟ ଆସୁଚି ଏପରି ଅଭିଯୋଗ ମଧ୍ୟ ଆସିଛି ବାଲିପାଟଣା ଅଞ୍ଚଳରୁ।
ସୂଚନା ମୁତାବକ ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ବ୍ଲକ୍ ରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ବାଲିପାଟଣା ରେ ଗ୍ରହଣା ବ୍ୟବସାୟ ଗୋଟେ ପ୍ରହସନ ପାଲଟିଛି। ବାଲିପାଟଣା ବ୍ଲକ୍ ରେ ବନମାଳୀପୁର ହେଉଛି ବ୍ୟବସାୟ ର ପେଣ୍ଠସ୍ଥଳ ସେଠାରେ ପାଖାପାଖି ୩୦ରୁ ଉର୍ଦ୍ଧ ସୁନାଦୋକାନ ରହିଛି। କିନ୍ତୁ ବଡ଼ ଆଶ୍ଚର୍ଯ୍ୟ ର କଥାଯେ, ହାତ ଗଣନି ୫ରୁ ୭ଟି ଦୋକାନ କୁ ଛାଡ଼ିଦେଲେ ବାକି ସମସ୍ତ ଦୋକାନୀ ସରକାର ଙ୍କୁ ବର୍ଷକୁ କୋଟି କୋଟି ଟଙ୍କାର ଟିକସ ଫାଙ୍କି ବ୍ୟବସାୟ କରୁଥିଲେ,ସୁଦ୍ଧା ଏ ସମ୍ବଦ୍ଧରେ ପ୍ରଶାସନ ପାଖରେ ଖବର ନାହିଁ ନାଁ ସବୁ ଜାଣିକରି ପ୍ରଶାସନ ଶୋଇ ପଡ଼ିଛି ତାହା ବି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାଲିପାଟଣା ର ତିରିଶ ଟି ବନମାଳୀପୁର ଗ୍ରହଣା ଦୋକାନୀଙ୍କୁ ଛାଡ଼ି ବାଲିପାଟଣା, ନରୋଦା, ବସନ୍ତମାଳ, ଅଠାନ୍ତର,ମଧୁବନ, ବୁଦ୍ଧିପଡ଼ା , ଧାନହରା ଆଦି ଅନ୍ୟାନ୍ୟ ଅଞ୍ଚଳରେ ଥିବା ୬୦ରୁ ଉର୍ଦ୍ଧ ଦୋକାନୀଙ୍କ ମଧ୍ୟରୁ ଅଳ୍ପ କେତେଜଣ ଙ୍କୁ ବାଦଦେଲେ ୯୦% ରୁ ଉର୍ଦ୍ଧ ବ୍ୟବସାୟୀ ଙ୍କ ପାଖରେ ୧୮ କ୍ୟାରେଟ ରୁ ୨୨କ୍ୟାରେଟ୍ ସୁନା ଉପଲବ୍ଧ ରହୁଛି ହେଲେ ଏ ବାବଦରେ ପ୍ରଶାସନ ପାଖରେ ଖବର ନାହିଁ। ମୁଖ୍ୟ କଥା ହେଉଛି ସୁନା, ଗ୍ରହଣା ଉପରେ ସରକାର ଏକ ପ୍ରକାର ଟିକସ ଲଗାଉଥିବା ବେଳେ ବାଲିପାଟଣା ଅଞ୍ଚଳର ବ୍ୟବସାୟୀ ମାନେ କଟକ ର କଳା ବଜାର ରୁ ଏଇ ଗ୍ରହଣା ବହୁତ୍ କମ୍ ଦାମରେ ଓ ନକଲି ସହିତ ବିନା ହଲମାର୍କ ର ଆଣିକରି ସରକାର ଙ୍କୁ କୋଟି କୋଟି ଟଙ୍କାର ଟିକସ ଫାଙ୍କି ବିକ୍ରି କରୁଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ନଜର ନଜର କିପରି ପଡିନି ନାଁ ବିଭାଗୀୟ ଅଧିକାରୀ ଙ୍କୁ ଅସାଧୁ ବ୍ୟବସାୟୀ ମନେ ହାତଗୁଞ୍ଜା ଦଉଛନ୍ତି ତାହା ଏବେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ଉପରେ ତୁରନ୍ତ ଆବଶ୍ୟକ ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜିବୀ ଓ ସ୍ଥାନୀୟ ବାସିନ୍ଦା ମାନେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *