ବାଳକାଟି, ୧୩|୬(ନି. ପ୍ର):ଜାତୀୟ ଯୁବ ପ୍ରକଳ୍ପ ଓଡ଼ିଶା ଶାଖା ପକ୍ଷରୁ ଭୁବନେଶ୍ଵର ଉପକଣ୍ଠସ୍ଥ ବାଲିଅନ୍ତା ବ୍ଲକ୍ ଉମାଦେଇବ୍ରହ୍ମପୁର ପଞ୍ଚାୟତ ଯଶୁଆପୁର ଗ୍ରାମରେ ସପ୍ତାହବ୍ୟାପି ଗ୍ରୀଷ୍ମ କାଳୀନ ଶିଶୁ ପତ୍ରିକା ଶିବିର ଆଜି ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ଉତ୍ସବରେ ଯୁବ ସମାଜସେବୀ ତଥା ଉମାଦେଇପୁର ଗ୍ରାମପଞ୍ଚାୟତ ସମିତିସଭ୍ୟ ରଞ୍ଜନ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜିର ଶିଶୁ ଆସନ୍ତାକାଲିର ଭାରତର ଜଣେ ଜଣେ ସୁ-ନାଗରିକ ଏବଂ ତାଙ୍କ ଭିତରେ ଥିବା ଲୁକାୟିତ ପ୍ରତିଭାକୁ କିପରି ଲୋକଲୋଚନକୁ ଆସିବ ସେ ବିଷୟରେ ମତ ଦେଇଥିଲେ। ଏହା ସହିତ ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଜାତୀୟ ଯୁବ ପ୍ରକଳ୍ପ ଓଡ଼ିଶା ଶାଖାର ଆବାହକ ମଧୁସୁଦନ ଦାସ, ପ୍ରକୃତିବନ୍ଧୁ ଦୀନବନ୍ଧୁ ଭୋଇ, ସୂର୍ଯ୍ୟକାନ୍ତ ସେଠୀ, ପୂଜା ଡାକୁଆ, ଅରୁପା ଗୌଡ଼, ଅପର୍ଣ୍ଣା ଗୌଡ ପ୍ରମୁଖ ଯୋଗଦେଇଥିଲେ। ୭ଦିନ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିରରେ ନୃତ୍ୟ, ଗୀତ, ଯୋଗ ଓ ସମାଜରେ କିପରି ନିଜେ ଆତ୍ମ ନିର୍ଭରଶୀଳ ହେବା ସହିତ ଜଣେ ଭଲ ମଣିଷ ହେବା ବିଷୟରେ ଶିକ୍ଷା ଦିଆଯାଇଥିଲା। ଆଜିର କାର୍ଯ୍ୟକ୍ରମ ରେ ୧ମ, ୨ୟ ଏବଂ ୩ୟ ସମସ୍ତ ପ୍ରତିଭା ଶିଶୁଙ୍କୁ ମାନପତ୍ର ଏବଂ ସାର୍ଟିଫିକେଟ ଦେଇ ସମ୍ବୋଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଜାତୀୟ ଯୁବ ପ୍ରକଳ୍ପର ସ୍ୱେଚ୍ଛାସେବୀ ପ୍ରଜ୍ଞା ମହାନ୍ତି।