ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ଅଧୀନ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ଉମାଦେଇ ବ୍ରହ୍ମପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ରଞ୍ଜନ କୁମାର ମହପାତ୍ର ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ. ଏହି ସମୟରେ ମୁଖ୍ୟତଃ ଐତିହ୍ୟ ସ୍ଥଳୀ ମା ଚଉଷଠି ଯୋଗିନୀ ମନ୍ଦିରର ବିକାଶ ସମ୍ପର୍କରେ ଆଲୋଚନା କରାଯାଇଥିଲା. ଏହି ପିଠ ଭାରତ ସରକାରଙ୍କ କେନ୍ଦ୍ର ପ୍ରତ୍ନତ୍ତ୍ବତ ବିଭାଗ ଅଧୀନରେ ରହିଛି. ତେଣୁ କିଭଳି ଏହି ଐତିହାସିକ ପିଠର ଉନ୍ନତିକରଣ ହୋଇପାରିବ ଶ୍ରୀ ମହାପାତ୍ର କେନ୍ଦ୍ର ମନ୍ତ୍ରୀଙ୍କ ନିକଟରେ ଆଲୋଚନା କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ଯୁବ ସମାଜସେବୀ ତାପସ ରଞ୍ଜନ ମଲ୍ଲିକ, ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭୋଇ, ବିଶ୍ଵଜିତ ସାମନ୍ତରାୟ, ଦୀପକ କୁମାର ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ.