ସମ୍ବଲପୁର ଲୋକସଭା ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ସ୍ଥିତ ତାଙ୍କ ସରକାରୀ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଉମାଦେଇବ୍ରହ୍ମପୁର ପଞ୍ଚାୟତ ସମିତିସଭ୍ୟ ତଥା ଯୁବ ସମାଜସେବୀ ରଞ୍ଜନ ମହାପାତ୍ର ଓ ଯୁବ ସାମ୍ବାଦିକ ପ୍ରଳୟ କୁମାର ଦାସ l ଶ୍ରୀ ପ୍ରଧାନ ଐତିହାସିକ ବିଜୟ ସହ ପୁନଃବାର ମନ୍ତ୍ରୀପଦରେ ଭୂଷିତ ହୋଇଥିବାରୁ ଉପଢୌକନ ଏବଂ ଶ୍ରୀ ଜଗନ୍ନାଥ ଫୋଟୋ ଦେଇ ଶୁଭେଚ୍ଛା ଓ ସମ୍ବର୍ଦ୍ଧିତ କରିଥିଲେ ଶ୍ରୀ ମହାପାତ୍ର l ସେହିପରି ଶ୍ରୀ ମହାପାତ୍ର ପ୍ରସିଦ୍ଧ ତନ୍ତ୍ରପିଠ ୬୪ ଯୋଗିନୀ ପିଠର ସର୍ବାଙ୍ଗୀନ ଉନ୍ନତି ଓ ଜୟଦେବ ନିର୍ବାଚନମଣ୍ଡଳୀର ବିକାଶ ନିମନ୍ତେ ମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ l ପିଠର ପ୍ରବେଶପଥରେ ଐତିହ୍ୟ ତୋରଣ ସାଙ୍ଗକୁ ରାସ୍ତା ଆଲୋକୀକରଣ ନିମନ୍ତେ ପ୍ରସ୍ତାବ ଦେଇଥିଲେ l ଏହାକୁ ହୃଦୟଙ୍ଗମ କରି ମନ୍ତ୍ରୀ ଶ୍ରୀ ପ୍ରଧାନ ପିଠର ଉନ୍ନତି ନିମନ୍ତେ ଓ ଜୟଦେବ ନିର୍ବାଚନମଣ୍ଡଳୀର ବିକାଶ ନିମନ୍ତେ ପ୍ରତିଶୃତି ଦେଇଥିଲେ l ପ୍ରକାଶଥାଉକି ଶ୍ରୀ ପ୍ରଧାନ ସପତ୍ନୀଙ୍କ ସହ ଚଳିତମାସ ୩ ତାରିଖରେ ଏହି ପୀଠକୁ ପରିଦର୍ଶନରେ ଆସିଥିଲେ l ପୀଠରେ ଅଧିଷ୍ଠାତ୍ରୀ ମା’ ମହାମାୟାଙ୍କ ନିକଟରେ ପୂଜାର୍ଚନା କରିବାସହ ପୀଠ ପରିସର ବୁଲି ଦେଖିଥିଲେ l ତା ପରଦିନ ଅର୍ଥାତ ୪ ରେ ନିର୍ବାଚନ ଫଳାଫଳ ବାହାରିଥିଲା ଏବଂ ଏଥିରେ ସେ ସମ୍ବଲପୁର ଲୋକସଭା ସାଂସଦ ଭାବେ ବହୁମତରେ ବିଜୟୀ ହୋଇଥିଲେ l