- ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଭୁବନେଶ୍ବର ଠାରେ ଲୋକସେବା ଭବନ ଠାରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ କାଞ୍ଚନ ଫାଉଣ୍ଡେସନ କୁ ପ୍ରକୃତି ମିତ୍ର ଭାବରେ ସମ୍ଵର୍ଦ୍ଧିତ କରଯାଇଥିଲା. ଏହି କାର୍ଯ୍ୟକ୍ରମରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମ ରେ ଯୋଗ ଦେଇଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ, ବିଭାଗ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ. କାଞ୍ଚନ ଫାଉଣ୍ଡେସନର ସଭାପତି ଶ୍ରୀ ରଞ୍ଜନ କୁମାର ମହାପାତ୍ର ଏହି ଉତ୍ସବରେ ଯୋଗ ଦେଇ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ ହୋଇ ଥିଲେ. ପୁରସ୍କାର ବାବଦରେ ମାନପତ୍ର ସହ ୨୦,୦୦୦(କୋଡ଼ିଏ ହଜାର ଟଙ୍କା) ଅର୍ଥରାଶି ଗ୍ରହଣ କରିଥିଲେ.