ଆର ପାରିରେ ପଦ୍ମଶ୍ରୀ ମାଗୁଣି କୁଅଁର

 

ଆର ପାରିରେ ପଦ୍ମଶ୍ରୀ ମାଗୁଣି କୁଅଁର। କେନ୍ଦୁଝର ଜିଲ୍ଲାର ନିଜ ଜନ୍ମ ମାଟି ବୈଦରାଜ ସାହିରେ ସେ ଦେହ ତ୍ୟାଗ କରିଛନ୍ତି। ବାର୍ଦ୍ଧକ୍ୟ ଯୋଗୁଁ ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ଅତ୍ୟଧିକ ଅସୁସ୍ଥ ହେବାରୁ ତାଙ୍କୁ ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ପରେ ତାଙ୍କର ଦେହ ଟିକେ ସୁସ୍ଥ ହେବାରୁ ପରିବାର ଲୋକ ତାଙ୍କୁ ତାଙ୍କର ଜନ୍ମମାଟି କୁ ନେଇ ଆସିଥିଲେ। ତେବେ ୮୮ ବୟସରେ ଗତ ୧ତାରିଖ ଦିନ ସେ ତାଙ୍କ ବାସଭବନରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ସହ ପରିବାର ପକ୍ଷରୁ ସୂଚନା ମିଳିଛି।
ସୂଚନା ମୁତାବକ,ପଦ୍ମଶ୍ରୀ ମାଗୁଣି କୁଅଁର ତାଙ୍କର ନିଜର ଅକ୍ଲାନ୍ତ ପରିଶ୍ରମ ବଳରେ କଣ୍ଢେଇ ନୃତ୍ୟକୁ ଆଜି ବିଶ୍ଵ ଦରବାରରେ ଏକ ସୂତନ୍ତ୍ର ସ୍ଥାନ ପାଇଛି। ଯେଉଁଠି ପାଇଁ ୨୦୨୩ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ରେ ପୁରସ୍କୃତ କରିଥିଲେ। ଅନ୍ୟ ବହୁ ସଂସ୍ଥା ମାନଙ୍କ ଠାରୁ ମଧ୍ୟ କାଠ କଣ୍ଢେଇ ପୁରସ୍କୃତ ହୋଇଥିବା ବେଳେ କେନ୍ଦ୍ର ସରକାରଙ୍କ କେନ୍ଦ୍ର ନାଟ୍ୟ ଏକାଡେମୀ, ରାଜ୍ୟ ସରକାରଙ୍କ ସଙ୍ଗୀତ ନାଟ୍ୟ ଏକାଡେମୀ ଭଳି ପୁରସ୍କାର ମଧ୍ୟ ପାଇଛନ୍ତି ।

Leave a Reply

Your email address will not be published. Required fields are marked *