ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ।


ଆଇସକ୍ରିମ କାଠିରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ । ପୁରୀ ସିଦ୍ଧମହାବୀର କୁମୁଟି ପାଟଣାର ବିଶ୍ବଜିତ ନାୟକ ଆଇସକ୍ରିମ କାଠିରେ ନନ୍ଦିଘୋଷ ରଥ ନିର୍ମାଣ କରିଛନ୍ତି।ସମୁଦାୟ ୨୭୫ ଆଇସକ୍ରିମ୍‌ କାଠି ବ୍ୟବହାର କରି ବିଶ୍ବଜିତ ଏହି ରଥ ନିର୍ମାଣ କରିଛନ୍ତି। ଏହି ରଥର ଉଚ୍ଚତା ୮ ଇଞ୍ଚ ଓ ଓସାର ୯ ଇଞ୍ଚ ରହିଛି। ଏହାର ନିର୍ମାଣ କରିବା ପାଇଁ ବିଶ୍ବଜିତଙ୍କୁ ୫ ଦିନ ସମୟ ଲାଗିଥିଲା।୨୦୨୧ରେ ବିଶ୍ବଜିତ ଆଇସକ୍ରିମ କାଠିରେ ରଥ ନିର୍ମାଣ କରି ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ନିଜ ନାଁ ସାମିଲ କରିପାରିଥିଲେ। କ୍ଷୁଦ୍ର କୃତି ନିର୍ମାଣ କରିବା ବିଶ୍ବଜିତଙ୍କ ପେସା ହୋଇଥିବା ବେଳେ ନିସାରେ ସେ ଜଣେ ଇଞ୍ଜିନିୟର. 

Leave a Reply

Your email address will not be published. Required fields are marked *